ତାମିଲନାଡୁ ଲକଡାଉନ

ଚେନ୍ନାଇ : କେରଳ, କର୍ଣ୍ଣାଟକ ପରେ ଏବେ ତାମିଲନାଡୁ ସମ୍ପୂର୍ଣ୍ଣ ଲକଡାଉନ ହେବାକୁ ଯାଉଛି । ଆସନ୍ତା ୧୦ରୁ ୨୪ ପର୍ଯ୍ୟନ୍ତ ତାମିଲନାଡୁ ଲକଡାଉନ ରହିବ । ଗତକାଲି ଡିଏମକେ ବିଧିବଦ୍ଧ ଭାବେ ସରକାର ଗଢ଼ିଥିବାବେଳେ ଏମକେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଗତକାଲି ତାମିଲନାଡୁରେ ସଂକ୍ରମଣ ବହୁତ ବଢ଼ିଯାଇଥିଲା । ସେହିପରି ପଡେ଼ାଶୀ ରାଜ୍ୟ ସମେତ ଅନେକ ରାଜ୍ୟ ଲକଡାଉନ ଭଳି ପଦକ୍ଷେପ ନେଇଥିବାରୁ ଷ୍ଟାଲିନ ସରକାର ମଧ୍ୟ ଦୁଇ ସପ୍ତାହ ଲକଡାଉନ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟଯେ, ଗତ ସପ୍ତାହେ ମଧ୍ୟରେ ଦେଶର ୨୪ ରାଜ୍ୟରେ ସଂକ୍ରମଣ ହାର ୧୫% ରହିଛି । ଗତ ଦୁଇ ସପ୍ତାହ ଧରି ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଉଦବେଗଜନକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ର, ଉତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଝାରଖଣ୍ଡରେ ଦୈନିକ ସଂକ୍ରମଣ ହାର ସମାନ୍ତରାଳ ସ୍ଥିତିରେ ରହିଛି । ସେହିପରି ୧୨ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଉପରେ ରହିଥିବାବେଳେ ୭ ରାଜ୍ୟରେ ତାହା ୫୦ ହଜାରରୁ ୧ ଲକ୍ଷ ମଧ୍ୟରେ ରହିଛି ।
Powered by Froala Editor