ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ : ବିମାନ ଭିତରେ ମାସ୍କ ପିନ୍ଧି ନଥିଲେ କାର୍ଯ୍ୟାନୁଷ୍ଠାନ କର

ଗତ ୨୪ ଘଣ୍ଟା ମଧ୍ୟରେ, ଭାରତରେ ୪୦୪୧ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ର, କେରଳ, ଦିଲ୍ଲୀରେ ପୁଣି ଥରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହି ସମୟରେ କରୋନା କଟକଣା ଅନୁଯାୟୀ, ବିମାନବନ୍ଦର ଏବଂ ବିମାନରେ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଣିକିଆ ଖଣ୍ଡପୀଠ ତଥା ମୁଖ୍ୟ ବିଚାରପତି ଏସିଜେ ବିପିନ୍ ସିଙ୍ଘାଇ କହିଛନ୍ତି ଯେ, ମାସ୍କ ନପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି ଅମାନିଆଙ୍କ ବିରୋଧରେ ଅତ୍ୟଧିକ ପରିମାଣରେ ଜରିମାନା ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ଆବଶ୍ୟକ ପଡ଼ିଲେ ନିୟମ ଊଲ୍ଲଂଘନକାରୀଙ୍କୁ ବିମାନ ଭିତରୁ ବାହାର କରି ଦିଆଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ମିଲ ଭୋଜନ ବେଳେ ମୁହଁରୁ ମାସ୍କ କାଢ଼ିବାକୁ କୋହଳ କରାଯାଇଥିବା ଡିଜିସିଏ ପକ୍ଷରୁ ଓକିଲ କହିଛନ୍ତି।
ଏନେଇ ଡିଜିସିଏ ଅଧିକୃତ ବିମାନ କର୍ମଚାରୀ, ପାଇଲଟ, କ୍ୟାପ୍ଟେନଙ୍କ ପାଇଁ ଗାଇଡ୍ଲାଇନ୍ ଆଣିବା ଉଚିତ୍ । ସେହିପରି ଅମାନିଆଙ୍କ ଯାତ୍ରୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନର ବ୍ୟବଧାନ ରହିବା ଉଚିତ ବୋଲି କୋର୍ଟ କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ୮ ଟାରେ ମିଳିଥିବା ସୂଚନାନୁଯାୟୀ ଦୈନିକ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଛି। ଦେଶରେ ୨୪ ଘଣ୍ଟାରେ କରୋନା କାରଣରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩,୧୬୮,୫୮୫ ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟ ୫,୨୪,୬୫୧ କୁ ବୃଦ୍ଧି ପାଇଛି।
Powered by Froala Editor