ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଚୋରା ପୀରତି ଧରିପକାଇଲେ ପତ୍ନୀ, ଘରେ ପଶି ପିଟିଲେ

ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଭରତ ସିଂହ ସୋଲାଙ୍କି ଏବେ ଜଣେ ମହିଳାଙ୍କ ସହ ମଉଜ କରୁଥିବା ବେଳେ ଧରାପଡ଼ିଛନ୍ତି। ଗୁଜରାଟର ଆନନ୍ଦରେ ଥିବା ନିଜର ବଙ୍ଗଳାରେ ସୋଲାଙ୍କି ଜଣେ ମହିଳାଙ୍କ ସହ ସମୟ ବିତାଉ ଥିବା ବେଳେ ତାଙ୍କ ପତ୍ନୀ ରେଶମା ପଟେଲ ସେଠାରେ ପହଞ୍ଚି ତାଣ୍ଡବ କରିଛନ୍ତି। ଏହାପରେ ସିଧା ବଙ୍ଗଳା ଭିତରେ ପଶି ଭରତଙ୍କ ସମେତ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିରେ ରେଶମା।
ଏହି ସମୟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ବି ହୋଇଛି। ଭିଡିଓରେ ରେଶମା ତାଙ୍କର ସହଯୋଗୀମାନଙ୍କ ସହ ହୋଟେଲ୍ ରୁମ୍ରେ ପଶି ମହିଳାଙ୍କୁ ଚୁଟି ଟାଣି ନିର୍ଦ୍ଧୁମ ପିଟିବା ପରେ ତାଙ୍କୁ ବେଡ୍ରୁ ତଳକୁ ଘୋଷାରି ପକାଇ ଦେଇଥିଲେ। ଭିଡିଓରେ ରେଶମା ଖୁବ୍ ରାଗିଯାଇ କହୁଛନ୍ତି “ତୁ ମୋ ସ୍ୱାମୀ ସହ ବସିଛୁ.. ମୁଁ ତୋତେ ଛାଡ଼ିବିନି। ଏହାର ଭିଡିଓ ନିଅ। ତୋ ମୁହଁ ଦେଖା।” ହେଲେ ଅନ୍ୟ ମହିଳା ଜଣଙ୍କ କ୍ୟାମେରା ସାମ୍ନାରେ ନିଜ ମୁହଁ ଲୁଚାଉଥିବାର ଦେଖାଯାଉଛି। ସେପଟେ ପତ୍ନୀକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ନେତା। ତେବେ ଏହି ଘଟଣାରେ ଭରତସିଂହଙ୍କ ନା ଗୁଜୁରାଟ କଂଗ୍ରେସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।
ସୂଚନାଯୋଗ୍ୟ, ପତ୍ନୀ ରେଶମାଙ୍କ ସହ ସୋଲାଙ୍କିଙ୍କ ବିବାଦ ଦୀର୍ଘ ଦିନ ଧରି ଚାଲି ଆସିଛି। ଉଭୟ ପରସ୍ପର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବିବାଦ କାରଣରୁ ଉଭୟ ଅଲଗା ରହୁଛନ୍ତି।
Powered by Froala Editor