ମେଟା ସିଓଓ ପଦରୁ ଇସ୍ତଫା ଦେଲେ ଶେରୟଲ

ଫେସ୍ବୁକ୍ର ମାଲିକାନା ରଖୁଥିବା ମେଟାର ସିଓଓ ପଦରୁ ଇସ୍ତଫା ଦେଇଛନ୍ତି ଶେରୟଲ ସାଣ୍ଡବର୍ଗ। କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେ ତାଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବାରୁ ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସେ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଓ ଅନ୍ୟ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୫୨ ବର୍ଷୀୟ ସାଣ୍ଡବର୍ଗ ଇନଷ୍ଟାଗ୍ରାମରେ ନିଜର ବିଦାୟୀ ଭାଷଣ ଲେଖିଛନ୍ତି। ଏଥିରେ ସେ ସୋଶାଲ ନେଟୱର୍କରେ ତାଙ୍କ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଶେରୟଲଙ୍କ ସ୍ଥାନରେ ଜୋବିୟର୍ ଓଲେବିନ୍ ମେଟା କମ୍ପାନୀର ପରିଚାଳନା ଭାର ସମ୍ଭାଳିବା ନେଇ କମ୍ପାନୀ ନିଶ୍ଚିତ କରିଛି ।
ଫୋସ୍ବୁକ୍କୁ ଏକ ଷ୍ଟାର୍ଟଅପ୍ରୁ ଡିଜିଟାଲ୍ କ୍ଷେତ୍ରରେ ଆଦୃତ କରିଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶେରୟଲ ୧୪ ବର୍ଷ ଏହି ପଦବୀରେ ରହିଛନ୍ତି । ୨୦୦୮ରେ ସେ କମ୍ପାନୀ ସହ ଯୋଡ଼ି ହୋଇଥିଲେ । ଏହି ଲମ୍ୱା କାର୍ଯ୍ୟକାଳରେ ସେ ଫେସ୍ବୁକ୍ର ଡିଜିଟାଲ୍ ବିଜ୍ଞାପନ ବ୍ୟବସାୟକୁ ସମ୍ଭାଳିଥିଲେ । ଫେସ୍ବୁକ୍କୁ ୧୦୦ ଅରବ ଡଲାର୍ ବ୍ୟବସାୟ କ୍ଲବ୍ରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କାରଣରୁ ଫେସ୍ବୁକ୍ର ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ପରେ କମ୍ପାନୀରେ ଶେରୟଲଙ୍କୁ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଭାବେ ଗଣାଯାଉଥିଲା ।
ଏଥିରୁ ହଟିବା ପାଇଁ ସେ ବୁଧବାର ଘୋଷଣା କରିଛନ୍ତି । ସେ ତାଙ୍କର ଫେସ୍ବୁକ୍ ପେଜ୍ରେ କହିଛନ୍ତି ଯେ ଏବେ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ କରିବାର ସମୟ ଆସିଯାଇଛି । ତେବେ ଏହାକୁ ନେଇ ଜୁକରବର୍ଗ ମଧ୍ୟ ତାଙ୍କ ଫେସ୍ବୁକ୍ ପେଜ୍ରେ ପୋଷ୍ଟ କରିଛନ୍ତି ।
Powered by Froala Editor