ଅଫିସ୍ ଆସ ନହେଲେ ଚାକିରି ଛାଡ

ନୂଆଦିଲ୍ଲୀ : ଅଫିସ୍ ଆସି କାମ କରିବା ଲାଗି ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ୍ ମସ୍କ କର୍ମଚାରୀମାନଙ୍କୁୁ କହିଛନ୍ତି । ଯେଉଁମାନେ ଅଫିସ୍ ଆସିବାକୁ ଚାହୁଁନାହାନ୍ତି ସେମାନେ ଚାକିରି ଛାଡନ୍ତୁ ବୋଲି ସେ କହିଛନ୍ତି । କଂପାନୀର ଷ୍ଟାଫମାନଙ୍କୁ ସେ ପଠାଇଥିବା ଏକ ଇ-ମେଲରେ ଲେଖିଛନ୍ତି ଯେ, ବାହାରେ ରହି କାମ କରିବା ଗ୍ରହଣୀୟ ନୁହେଁ । ଯେଉଁମାନେ ବାହାରେ ରହି କାମ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଅତିକମରେ ସପ୍ତାହକୁ ୪୦ଘଣ୍ଟା ଅଫିସରେ ବିତାଇବାକୁ ପଡିବ । ଅନ୍ୟଥା ସେମାନେ ଟେସଲା ଛାଡିପାରନ୍ତି । ଅଫିସ୍ ଅର୍ଥ କୌଣସି ଶାଖା କାର୍ଯ୍ୟାଳୟ ନୁହେଁ, ବରଂ ମୁଖ୍ୟ କାର୍ଯ୍ୟାଳୟ ବୋଲି ସେ କହିଛନ୍ତି । ଏହି ଇ-ମେଲର ସତ୍ୟତା ବିଷୟରେ ମସ୍କ କିଛି ସ୍ପଷ୍ଟ କରିନାହାନ୍ତି । କର୍ମଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବା ମସ୍କଙ୍କ ପାଇଁ କିଛି ନୂଆ କଥା ନୁହେଁ ।
ସ୍ପେସ୍ ଏକ୍ସପ୍ଲୋରେସନ୍ ଟେକ୍ନୋଲୋଜି କର୍ପୋରେସନ୍ରେ କାମ କରୁଥିବା କିଛି ଶିକ୍ଷାନବିଶଙ୍କୁ କଫି ପାଇଁ ଅପେକ୍ଷା କରିଥିବା ଦେଖି ସେ ଉତ୍କ୍ଷିପ୍ତ ହୋଇପଡିଥିଲେ । ତାହା ଉପôାଦକତା ଉପରେ ପ୍ରଭାବ ପକାଇବ ବୋଲି ସେ ଭାବୁଛନ୍ତି । ଯଦି ଆଉଥରେ ସେଭଳି ଘଟଣା ଘଟିବ ସମସ୍ତଙ୍କୁ ବିଦା କରାଯିବ ବୋଲି ସେ ଧମକ ଦେଇଥିଲେ ଓ କର୍ମଚାରୀଙ୍କ ଉପରେ ନଜର ରଖିବା ଲାଗି ସିସିଟିଭି ଲଗାଇଥିଲେ । ଚୀନର ସାଂଘାଇରେ ଥିବା ଟେସଲା କାରଖାନାରେ ସେ କର୍ମଚାର ମାନଙ୍କୁ କାରଖାନା ଭିତରେ ବନ୍ଦ କରିଦେଇଥିଲେ ଓ ସପ୍ତାହକୁ ୬ଦିନ ଓ ଦିନକୁ ୧୨ଘଣ୍ଟା କାମ କରାଉଥିଲେ । କିଛି କର୍ମଚାରୀ କାରଖାନା ଚଟାଣରେ ଶୋଇ ପଡୁଥିଲେ । କୋଭିଡ୍କୁ ଦୂରେଇ ରଖିବା ଓ କାର୍ ଉପôାଦନ ଜାରି ରଖିବା ଲାଗି ସେ ଏଭଳି କଠୋର ପଦକ୍ଷେପ ନେଇଥିଲେ ।
Powered by Froala Editor