ହ୍ୱାଟସଆପ୍ କାର୍ଯ୍ୟାନୁଷ୍ଠାନ : ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ବ୍ୟାନ
![ହ୍ୱାଟସଆପ୍ କାର୍ଯ୍ୟାନୁଷ୍ଠାନ : ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ବ୍ୟାନ](https://odishanewslens.com/news_gallery/13793_1654112547.jpg)
ଗାଇଡଲାଇନ ଉଲ୍ଲଙ୍ଘନ କରୁଥିବା ୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ହ୍ୱାଟସଆପ୍। ବେଆଇନ କାମରେ ଏହି ସବୁ ଆକାଉଣ୍ଟ ବ୍ୟବହାର ହେଉଥିବାରୁ ହ୍ୱାଟସଆପ୍ ସେଗୁଡ଼ିକ ଉପରେ ବ୍ୟାନ ଲଗାଇ ଦେଇଛି। କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ (ଇଣ୍ଟରମିଡିଆରୀ ଗାଇଡ୍ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍ ୨୦୨୧) ଅନୁସାରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ଏହି ରିପୋର୍ଟରେ କମ୍ପାନୀ ଏପ୍ରିଲ ମାସରେ ଗାଇଡଲାଇନ ଉଲ୍ଲଙ୍ଘନ କରୁଥିବା ୧୬ ଲକ୍ଷରୁ ଅଧିକ ଭାରତୀୟ ହ୍ୱାଟଆପ୍କୁ ବ୍ୟାନ କରିଥିବା ଉଲ୍ଲେଖ କରିଛି। ଏପ୍ରିଲ ୧ରୁ ଏପ୍ରିଲ ୩୦ ମଧ୍ୟରେ ଏପରି ପଦକ୍ଷେପ ନିଆଯାଇଛି। ହ୍ୱାଟସଆପ୍ର ଜଣେ ମୁଖପାତ୍ର କହିଛନ୍ତି, “ହ୍ୱାଟସଆପ୍ ଏମିତି ଏକ କମ୍ପାନୀ ଯିଏ ସବୁବେଳେ ଖରାପ ଓ ଦୁର୍ବ୍ୟବହାରକୁ ରୋକିବାକୁ ଚେଷ୍ଟା କରି ଆସିଛି। ମେସେଜିଂ ଆପ୍ର ଅପବ୍ୟବହାରକୁ ରୋକିବା ପାଇଁ ବର୍ଷବର୍ଷ ଧରି କମ୍ପାନୀ ବିଭିନ୍ନ ପ୍ରକାରର ଟେକ୍ନୋଲଜି ଓ ଆର୍ଟିଫେସିଆଲ ଗୁଇନ୍ଦା ବ୍ୟବସ୍ଥା ଲାଗୁ କରିଛି।
ଏପ୍ରିଲ ମାସରେ କମ୍ପାନୀ ପାଖକୁ ୮୪୪ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୨୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାର୍ଚ୍ଚ ମାସରେ ମଧ୍ୟ ଏଭଳି ୧୮ ଲକ୍ଷ ଆକାଉଣ୍ଟ ବ୍ୟାନ୍ କରିଥିଲା କମ୍ପାନୀ। ସେତେବେଳେ କମ୍ପାନୀକୁ ୫୯୭ ଅଭିଯୋଗ ମିଳିଥିଲା ବି ୭୪ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।
Powered by Froala Editor