ଅଣନିଃଶ୍ଵାସୀ ହୋଇ ପଡିଥିଲେ କେକେ, ତଥାପି ତାଙ୍କ କଥା କେହି ଶୁଣିନଥିଲେ

ବଲିଉଡ୍ର ଗାୟକ କୃଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କର ଅକାଳ ବିୟୋଗକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଶବ ବ୍ୟବଚ୍ଛେଦ ପ୍ରାରମ୍ବିକ ରିପୋର୍ଟ ବିବାଦକୁ ଆହୁରି ବଢ଼ାଇ ଦେଇଛି। ରିପୋର୍ଟରେ କେକେଙ୍କର ମୃତ୍ୟୁ ପ୍ରାକୃତିକ ନୁହେଁ(ଅନ୍ ନ୍ୟାଚୁରାଲ ଡେଥ୍) ବୋଲି କୁହାଯାଇଛି।
ଏପଟେ ବଲିଉଡ୍ର ଦିମ୍ବଗତ ଅଭିନେତା ଓମ ପୁରୀଙ୍କ ପୂର୍ବତନ ପତ୍ନୀ ନନ୍ଦିତା ପୁରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କୋଲକାତାରେ ଆୟୋଜିତ ମ୍ୟୁଜିକ୍ କନସର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନନ୍ଦିତା। କୋଲକାତା ହିଁ କେକେଙ୍କୁ ମାରି ଦେଇଛି ବୋଲି ଅଭିଯୋଗ କରିଛନ୍ତି। ଏଥିସହ ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।
ସେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗ ନଜରୁଲ ମଞ୍ଚ ପକ୍ଷରୁ ଆୟୋଜନରେ ଠିକ୍ ଭାବେ ବ୍ୟବସ୍ଥା କରାଯାଇନଥିଲା। ଯେଉଁ ଅଡିଟୋରିୟମର କ୍ଷମତା ୨୫୦୦ ଥିଲା, ସେଠାରେ ସାତ ହଜାର ଲୋକଙ୍କ ଭିଡ଼ ଜମିଥିଲା। ଏସି ଚାଲୁ ନଥିଲା। କେକେ ଲଗାତର ଆୟୋଜକଙ୍କୁ ଏସିର ତାପମାତ୍ରା କମ୍ କରିବା ଏବଂ କିଛି ହେଲୋଜିନ ଲାଇଟ୍ ବନ୍ଦ କରିବାକୁ ବାରମ୍ବାର କହୁଥିଲେ। ହେଲେ ତାଙ୍କ କଥାକୁ କେହି ଶୁଣିନଥିଲେ। ଶେଷରେ କେକେ ଅଣନିଃଶ୍ଵାସୀ ହୋଇ ପଡିଥିଲେ ଏବଂ ନିଜକୁ ଅସୁସ୍ଥ ଅନୁଭବ କରିଥିଲେ। ସେଠାରେ କୌଣସି ପ୍ରତିଷେଧମୂଳକ ବ୍ୟବସ୍ଥା ନଥିଲା। ଏହି ମାମଲାର ସିବିଆଇ ତଦନ୍ତ ହେବା ଦରକାର ଏବଂ ବଲିଉଡ ପଶ୍ଚିମବଙ୍ଗରେ ନିଜର ଲାଇଭ କନସର୍ଟ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇବା ଉଚିତ୍ ବୋଲି ନନ୍ଦିତା ପୁରୀ କହିଛନ୍ତି। ଘଟଣାର ତଦନ୍ତ ଯେମିତି ହେଲେ ସିବିଆଇ କରିବା ଦରକାର। ତଦନ୍ତ ନ ସରିବା ଯାଏ ବଲିଉଡ ବେଙ୍ଗଲକୁ ବୟକଟ କରୁ ବୋଲି ନନ୍ଦିତା କହିଛନ୍ତି।” ଏପଟେ କୋଲକାତାର ରବୀନ୍ଦ୍ର ସଦନରେ kkଙ୍କୁ ତୋପ ସଲାମୀ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର।।
Powered by Froala Editor