ପ୍ରେମ ନିବେଦନ କରି ବିଫଳ ହେବାରୁ ପ୍ରେମିକାକୁ ଛୁରୀ ଭୂସିଦେଲା
ଏକ ତରଫା ପ୍ରେମରେ ଜଳୁଥିଲା ପ୍ରେମିକ । ପ୍ରେମିକାକୁ ବାରମ୍ବାର ପ୍ରେମ ନିବେଦନ କରିଚାଲିଥିଲା । କିନ୍ତୁ ନାବାଳିକା ପ୍ରେମିକା ରାଜି ନହେବାରୁ ରାଗ ପଞ୍ଚମରେ ଚଢ଼ି ଯାଇଥିଲା । ଶେଷରେ ବିଚ୍ ରାସ୍ତାରେ ପ୍ରେମିକାକୁ ଛୁରୀରେ ଆକ୍ରମଣ କରିଥିଲା । ଥରେ କି ଦୁଇ ଥର ନୁହେଁ ୧୪ ଥର ଛୁରୀ ଭୁସିଛି ପ୍ରେମିକ । ଏଭଳି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁର ତ୍ରିଚୀ ଅଞ୍ଚଳରୁ।
ଯୁକ୍ତ୨ରେ ପଢ଼ୁଥିବା ତ୍ରିଚୀର ଅଥିକୁଲମରେ ରହୁଥିବା ଉକ୍ତ ନାବାଳିକାଙ୍କୁ ୨୨ ବର୍ଷୀୟ ଯୁବକ କେଶବନ୍ ଏକ ତରଫା ଭଲ ପାଉଥିଲା। ଗତବର୍ଷ ଉକ୍ତ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ସେ ଜେଲ ମଧ୍ୟ ଯାଇଥିଲା। ତେବେ ଜେଲରୁ ବାହାରିବା ପରେ ପୁଣି ଥରେ ନାବାଳିକାଙ୍କ ପଛରେ ପଡିଥିଲା କେଶବନ। ସେ ନାବାଳିକାଙ୍କ ପିଛା କରୁଥିଲା। ନିକଟରେ ପରୀକ୍ଷା ସାରି ଘରକୁ ଫେରିଥିବା ବେଳେ ନାବାଳିକାଙ୍କୁ ରେଲୱେ ଓଭର ବ୍ରିଜ ଉପରେ ଅଟକାଇଥିଲା କେଶବନ୍। ସେ ନାବାଳିକାଙ୍କୁ ସେଠାରେ ପ୍ରେମ ପ୍ରସ୍ତାବ ଦେଇଥିଲା। ତେବେ ଏଥିରେ ନାବାଳିକା ଜଣକ ମନା କରିଦେବାରୁ ରାଗି ଯାଇଥିଲା କେଶବନ୍। ଏହାପରେ ଛୁରୀ ବାହାର କରି ନାବାଳିକାକୁ ବାରମ୍ବାର ଆକ୍ରମଣ କରିଥିଲା।
ନାବାଳିକାର ପାଟି ଶୁଣି ଆଖପାଖରେ ଥିବା ଲୋକେ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉକ୍ତ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।
Powered by Froala Editor