ଭୋଟ ଦେଲେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା
ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ଭୋଟ ଦେଇଛନ୍ତି । ଏହାସହ ସମସ୍ତଙ୍କୁ ଭୋଟ ଦେବା ପାଇଁ ସେ ଅପିଲ କରିଛନ୍ତି ।
ବ୍ରଜରାଜନଗରର ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା ଆଜି ବ୍ରଜରାଜନଗର ପିଙ୍କ୍ ବୁଥ ଓପିଏମ୍ ବାଳିକା ବିଦ୍ୟାଳୟରେ ନିଜର ମତଦାନ କରିଛନ୍ତି ।
ସୂଚନା ଥାଉ କି ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି । ୨୭୯ଟି ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସେଥିରୁ ୨୨ଟି ନୂଆ ବୁଥ୍, ୩୦ଟି ଆଦର୍ଶ ବୁଥ୍ ଓ ୫ଟି ପିଙ୍କ୍ ବୁଥର ବ୍ୟବସ୍ଥା କରାଯାଇଛି । ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ବିଜେପି ପକ୍ଷରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି ।
Powered by Froala Editor