ଆଜି ଭୋଟ ଦେଉଛି ବ୍ରଜରାଜନଗର
ଝାରସୁଗୁଡା: ଆଜି ଭୋଟ ଦେଉଛି ବ୍ରଜରାଜନଗର । ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ମତଦାନର ସମୟ ରହିଛି । ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବୀତା କରୁଛନ୍ତି । ୨୭୯ଟି ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସେଥିରୁ ୨୨ଟି ନୂଆ ବୁଥ୍, ୩୦ଟି ଆଦର୍ଶ ବୁଥ୍ ଓ ୫ଟି ପିଙ୍କ ବୁଥର ବ୍ୟବସ୍ଥା କରାଯାଇଛି । ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷରୁ ଅଧିକ ଭୋଟର ।
କାହା ସପକ୍ଷରେ ଯିବେ ମତଦାତା କାହାକୁ ପିନ୍ଧାଇବ ବ୍ରଜରାଜନଗର ମୁକୁଟ ତାହାକୁ ନେଇ ସବୁଠି ଉତ୍କଣ୍ଠା । ବିଶେଷ କରି ତିନି ପ୍ରମୁଖ ଦଳ ବିଡେଡି, କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳକୁ ମାତ ଦେଇ ପଶ୍ଚିମ ଓଡିଶାରେ ବିଜୟ ବାନା ଉଡାଇବାକୁ ଦମ ଦେଖାଇଛନ୍ତି ବିରୋଧୀ । ସେହି ପରି ଶାସକ ଦଳ ଖେଳିଥିବା ସିମ୍ପାଥି ଗେମରେ ବ୍ରଜରାଜନଗର ବାଜି ମାରିବାକୁ ପୁରା ପ୍ରସ୍ତୁତ ।
ପ୍ରକାଶ ଥାଉ କି, ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଝାରସୁଗଡା ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।
Powered by Froala Editor