୫ଇ ହେଲ୍ଥକେୟାର ପକ୍ଷରୁ କୋଭିଡ୍-୧୯ ମହାମାରୀର ମୁକାବିଲା ଲାଗି ଭିଡିଓ ପରାମର୍ଶ ସେବାର ଶୁଭାରମ୍ଭ
ଭୁବନେଶ୍ୱର: ଓଡ଼ିଶାର ପ୍ରିମିୟର ଡିଜିଟାଲ୍ ସ୍ୱାସ୍ଥ୍ୟ ସେବା ଷ୍ଟାର୍ଟଅପ୍ ସଂସ୍ଥା ୫ଇ ହେଲ୍ଥକେୟାର ପକ୍ଷରୁ କୋଭିଡ୍ କେୟାର ପାଇଁ ସ୍ୱତନ୍ତ୍ର ଭିଡିଓ ପରାମର୍ଶ ସେବାର ଶୁଭାରମ୍ଭ କରାଯାଇଛି । ଗୁଗୁଲ୍ ପ୍ଲେ ଷ୍ଟୋର ଓ ଆପଲ୍ ଆପ୍ ଷ୍ଟୋର୍ରେ ଉପଲବ୍ଧ ଥିବା ୫ଇକେୟାର ଆପ୍ର ଏହା ଅଂଶ ହେବ । ଏହି ଆପ୍ ମେଡିକାଲ୍ ସମ୍ବଳର ଉପଯୁକ୍ତ ବ୍ୟବହାର କରି ମେଡିକାଲ୍ କର୍ତୃପକ୍ଷଙ୍କ ଦ୍ୱାରା ପ୍ରଭାବଶାଳୀ କୋଭିଡ୍ କେୟାର ସେବା କୋଭିଡ୍-୯ ଚିକିତ୍ସା ପାଇଁ ପ୍ରଦାନ କରୁଛି ।
ଓଡ଼ିଶାରେ ଏହା ହେଉଛି ପ୍ରଥମ ଧରଣର ସେବା ଯେଉଁଥରେ ଲକ୍ଷଣ ଥିବା ଏବଂ ସନ୍ଦେହଜନକ ବ୍ୟକ୍ତିମାନେ ବୁକିଂ କରିବାର ୧୫ ମିନିଟ୍ ଭିତରେ ଆପ୍ ମାଧ୍ୟମରେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରିବେ । ଭିଡିଓ ପରାମର୍ଶ ଦ୍ୱାରା ମେଡିକାଲ୍ ଷ୍ଟାଫ୍, ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପ୍ରତି ସଂକ୍ରମଣ ଭୟ ନଥାଏ । ତିନି ପ୍ରକାର କୋଭିଡ୍-୧୯ ସଂକ୍ରମଣର ବ୍ୟକ୍ତିମାନେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ । ୧) ଯଦି କୋଭିଡ୍ ପଜିଟିଭ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାନ୍ତି ଓ ନିଜେ ଏହା ଦ୍ୱାରା ଆକ୍ରାନ୍ତ ବୋଲି ସନ୍ଦେହ କରୁଥାନ୍ତି । ୨) ଜ୍ୱର, ଶୁଖିଲା କାଶ, କ୍ଳାନ୍ତ ଲାଗିବା, ବିନ୍ଧା ହେବା, ତଂଟି ଦରଜ ଲାଗିବା, ଝାଡ଼ାବାନ୍ତି ହେବା, ଅସହଜ ଲାଗିବା, ମୁଣ୍ଡବ୍ୟଥା, ଚର୍ମ କୁଣ୍ଡାଇ ହେବା, ଆଙ୍ଗୁଠି ଓ ପାଦର ରଙ୍ଗ ବଦଳିବା ଭଳି ସାଧାରଣ ଲକ୍ଷଣ ଥିଲେ । ୩) ନିଶ୍ୱାସ ନେବାରେ ଅସୁବିଥା ହେଉଥିଲେ, କିମ୍ବା ଅଳ୍ପ ଅଳ୍ପ ନିଶ୍ୱାସ ନେଉଥିଲେ, ଛାତି ଯନ୍ତ୍ରଣା କିମ୍ବା ଛାତିରେ ଚାପ, କଥା କହି ନପାରିବା କିମ୍ବା ଚାଲି ନପାରିବା ଭଳି ଗୁରୁତର ଲକ୍ଷଣ ଦେଖାଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିହେବ ।
କେବଳ ତୃତୀୟ ସ୍ତର ବ୍ୟତୀତ ଅନ୍ୟ ଦୁଇ ସ୍ତରର ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ରହି ଚିକିତ୍ସିତ ହୋଇପାରିବେ । ଲକ୍ଷଣ ଥିଲେ ଆଗୁଆ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଆହ୍ୱାନ ଦିଆଯାଇଛି । ବିଳମ୍ବ ହେଲେ ମାମଲା ଜଟିଳ ହୋଇପାରେ । ଏହି ଚିକିତ୍ସା ପଦ୍ଧତିରେ ରୋଗୀଙ୍କୁ ପ୍ରଥମେ ଏକ ଫର୍ମ ପୂରଣ କରିବାକୁ ପଡ଼ିବ । ଏହା ପରେ ଡାକ୍ତର ଏଚ୍ଡି କଲ୍ ଜରିଆରେ ରୋଗୀଙ୍କୁ ଦେଖିବେ । ଦରକାର ପଡ଼ିଲେ କ୍ୟାମେରାକୁ ସାମ୍ନାରେ ରଖିବା ଲାଗି ଡାକ୍ତର କହିପାରନ୍ତି । ଡାକ୍ତର ଏକ ଡିଜିଟାଲ୍ ପ୍ରେସ୍କ୍ରିପ୍ସନ୍ ତିଆରି କରି ରାଗୀଙ୍କ ପାଖକୁ ପଠାଇବେ । ତାହାକୁ ଦେଖାଇ ମେଡିସିନ୍ ଷ୍ଟୋର୍ରୁ ଔଷଧ ଆଣିହେବ ।
ଏ ସମ୍ପର୍କରେ ୫ଇ ହେଲ୍ଥକେୟାରର ସିଇଓ ସୁଦର୍ଶନ ପରିଡ଼ା କହିଛନ୍ତି ଯେ, “ଅତି କମ୍ରେ ଏହା କହିହେବ ଯେ ବର୍ତମାନର ସ୍ଥିତି ଅତ୍ୟନ୍ତ ଗମ୍ଭୀର । ଆମର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପର ପ୍ରବଳ ଚାପ ରହିଛି । ଏହି ସ୍ଥିତି ପ୍ରଯୁକ୍ତିର ବ୍ୟବହାର ଓ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଆଲୋଚନା ପାଇଁ ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ପ୍ଲାଟଫର୍ମ ଦାବି କରୁଛି । ବ୍ୟକ୍ତିଗତ ପରାମର୍ଶରେ ରହିଥିବା ବିବିଧ ବିପଦକୁ ଆମେ ଦୂର କରି ଡାକ୍ତର ଓ ମେଡିକାଲ୍ ଷ୍ଟାଫ୍, ରୋଗୀଙ୍କ ସଂଖ୍ୟାର ଚାପ କରିବା ଓ ସ୍ୱାସ୍ଥ୍ୟ ସେବା ପ୍ରୋଟୋକଲ୍ ଲାଗୁ କରିବାକୁ ଚାହୁଛୁ । ସବୁ କିଛି ସୁରକ୍ଷିତ ଓ ପ୍ରମାଣିତ ଭିଡିଓ ପରାମର୍ଶ ପ୍ରଯୁକ୍ତି ମାଧ୍ୟମରେ ଅଭିଜ୍ଞ ଡାକ୍ତରଙ୍କ ମାର୍ଗଦର୍ଶନରେ ସମ୍ପାଦିତ ହେବ ।’’
କୋଭିଡ୍ ପରାମର୍ଶର ପ୍ରାରମ୍ଭିକ ମୂଲ୍ୟ ପ୍ରଥମ ପରାମର୍ଶ ପାଇଁ ୩୫୦ ଟଙ୍କା ରହିଛି । ଏହା ପରେ ଦ୍ୱିତୀୟ ପରାମର୍ଶ ପାଇଁ ଫି’ ହେଉି ୨୫୦ ଟଙ୍କା, ୧୪ ଦିନ ପରିବାର ପରାମର୍ଶ ଲାଗି ଦାମ୍ ୧୪୦୦ ଟଙ୍କା ରଖାଯାଇଛି ଯାହା ଏହାକୁ ସୁଲଭ କରିପାରିଛି । ରୋଗୀମାନେ ଆପ୍ରେ ଲଗ୍ ଇନ୍ କରି କିମ୍ବା ହେଲ୍ଲାଇନ୍ ନମ୍ବର +୯୧ ୯୫୫ ୬୯୦ ୫୫୫୫ରେ କଲ୍ କରି ଓଡ଼ିଶା ଭିତରେ ଥିବା ନିର୍ଦିଷ୍ଟ ହସ୍ପିଟାଲ୍ର ଉପଲବ୍ଧ ଶଯ୍ୟା ବିଷୟରେ ସୂଚନା ପାଇପାରିବେ ।
କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ଲାଗି ୫ଇ ହେଲ୍ଥକେୟାର ପକ୍ଷରୁ ରାଜ୍ୟର ବିଭିନ୍ନ ହସ୍ପିଟାଲ୍ ସହ ସହଯୋଗିତା ସ୍ଥାପନ କରାଯାଇଛି । ସେହି ହସ୍ପିଟାଲ୍ଗୁଡ଼ିକ ହେଉଛି, ଭୁବନେଶ୍ୱରର ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲ୍, ସ୍ପର୍ଶ ହସ୍ପିଟାଲ୍, କଳିଙ୍ଗ ହସ୍ପିଟା. ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ହସ୍ପିଟାଲ୍, ସନ୍ସାଇନ୍ ହସ୍ପିଟାଲ୍, ତ୍ରିଶା ହସ୍ପିଟାଲ୍; କଟକର ଅଶ୍ୱିନୀ ହସ୍ପିଟାଲ୍, ସୃଷ୍ଟି ହସ୍ପିଟାଲ୍, ମୁନ୍ ହସ୍ପିଟାଲ୍, ସିଫା ହସ୍ପିଟାଲ୍, ସାଇ କୃପା ହସ୍ପିଟା. ୪ଏସ୍ କେୟାର ହସ୍ପିଟାଲ୍; ଆନ୍ଧ୍ରର ଶ୍ରୀକାକୁଲମର ମେଡିକଭର ହସ୍ପିଟାଲ୍ ଓ ଆନ୍ଧ୍ରର ବିଶାଖାପାଟଣାର ମେଡିକଭର୍ ହସ୍ପିଟାଲ୍ ।
Powered by Froala Editor