କେଜିଏଫ୍-୨ ନିଶା : ପୂରା ପ୍ୟାକେଟ୍ ସିଗାରେଟ ଟାଣି ହସ୍ପିଟାଲରେ ନାବାଳକ

ଦର୍ଶକଙ୍କୁ ଘାରିଛି କେଜିଏଫ୍-୨ ନିଶା । ଫିଲ୍ମର ଆକ୍ସନ, ଡାଇଲଗ ଓ ଡାନ୍ସ ଲୋକଙ୍କୁ ଏମିତି ଦିୱାନା କରୁଛି ଯେ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ଫିଲ୍ମ ଷ୍ଟାର ଓ ଦେଶବିଦେଶର କ୍ରିକେଟର୍ମାନେ ବି ଏହାର ନକଲ କରୁଛନ୍ତି। ନିକଟରେ ରକି ଭାଇ ଓରଫ୍ ଅଭିନେତା ୟଶ୍ଙ୍କ ଜଣେ ୧୫ ବର୍ଷୀୟ ଫ୍ୟାନ୍ ତାଙ୍କ ଉପରେ ଫିଦା ହୋଇଯାଇଛି। ରକି ଭାଇଙ୍କ ଷ୍ଟାଇଲ୍କୁ କପି କରି ସେ ଟାଣି ନେଇଛି ପୁଳାପୁଳା ସିଗାରେଟ୍। ଏହା ପରେ ଉକ୍ତ ନାବାଳକଙ୍କ ଅବସ୍ଥା ବିଗିଡି ଯାଇଛି।
ହାଇଦ୍ରାବାଦର ଜଣେ ୧୫ ବର୍ଷୀୟ ନାବାଳକ କେଜିଏଫ୍-୨କୁ ତିନି ଥର ଲଗାତର ଦେଖିଥିଲ। ଫିଲ୍ମ ଦେଖିବା ପରେ କେଜିଏଫର ଲିଡ୍ ଅଭିନେତା ୟଶ୍ଙ୍କ ପ୍ରେମରେ ପଡିଯାଇଥିଲା । ଫିଲ୍ମରେ ୟଶ୍ଙ୍କ ସିଗାରେଟ୍ ଟାଣିବା ତାକୁ ବେଶ୍ ପ୍ରଭାବିତ କରିଥିଲା। ଏହାପରେ ନାବାଳକ ଜଣ ଏକାଥରକେ ପୂରା ପ୍ୟାକେଟ୍ ସିଗାରେଟ୍ ଟାଣି ନେଇଥିଲା।
ପୂରା ପ୍ୟାକେଟ୍ ସିଗାରେଟ୍ ଟାଣିବା ପରେ ଉକ୍ତ ନାବାଳକର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାକୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ଏପରିକି ତା ଗଳାରେ ଭିଷଣ ଯନ୍ତ୍ରଣା ହୋଇଥିଲା। ଏହାପରେ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଅଧିକ ସ୍ୱାସ୍ଥ୍ୟ ଗୁରୁତର ହେବା ପରେ ତାକୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
Powered by Froala Editor