ଶିକ୍ଷାବିଭାଗ ଓ ଓପିଏସସି ଉପରେ ୟୁଜିସି ଦେଲା ଏହି ଚେତାବନୀ
ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସି ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ଏକ ତାଗିଦ୍ ପତ୍ର ଦେଇଛି। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତିକୁ ନେଇ ଶିକ୍ଷାବିଭାଗ ଓ ଓପିଏସସି ଉପରେ କ୍ଷୁବ୍ଧ ହୋଇଛି ୟୁଜିସି।
ମେ’ ୨୩ରେ ଓପିଏସସି ସମାଜ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳାଫଳ ଓ ମେ’ ୨୪ରେ ବାଣିଜ୍ୟର ଆସିଷ୍ଟାଣ୍ଟ ପ୍ରଫେସର ଡକୁମେଣ୍ଟ ଭେରିଫିକେସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁପ୍ରିମକୋର୍ଟରେ ଓଡ଼ିଶା ବିଦ୍ୟାଳୟ ସଂଶୋଧନ ଆଇନ୍ ବିଚାରାଧୀନ ରହିଛି। ତେଣୁ ଓପିଏସସି ଦ୍ୱାର ଶିକ୍ଷକ ନିଯୁକ୍ତି ଓ ଏସଏସବି ଦ୍ୱାରା ଅଣଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ସୁପ୍ରିମକୋର୍ଟର ନିର୍ଦ୍ଦେଶର ଉଲ୍ଲଘନ କରୁଛି। ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିରେ ଅବମାନନା କଲେ ଆବଶ୍ୟକ ହେଲେ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ଚିଠିରେ ଉଲ୍ଲେଖ ରହିଛି।
Powered by Froala Editor