ଟ୍ୟାକ୍ସି ଦୁର୍ଘଟଣାଗ୍ରସ୍ତ,୭ ମୃତ
ଶ୍ରୀନଗର: ଜମ୍ମୁ କାଶ୍ମୀର ଜୋଜିଲା ପାସ୍ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଲଦାଖ ଓ ଜମ୍ମୁକାଶ୍ମୀରକୁ ଏହି ପାସ୍ ସଂଯୋଗ କରିଥିବା ବେଳେ ଘଟଣା ସ୍ଥଳରେ ବିପର୍ୟ୍ୟୟ ପରିଚାଳନା ବିଭାଗ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।
ବିପର୍ୟ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଲଦାଖ ଓ ଜମ୍ମୁ କାଶ୍ମୀର ରାସ୍ତାର ଜୋଜିଲା ପାସ୍ ଅଞ୍ଚଳରେ ୭ ରୁ ୮ ଜଣ ବ୍ୟକ୍ତିଙ୍କୁ ନେଇ ଯାଉଥିବା ଏକ ଟ୍ୟାକ୍ସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଟ୍ୟାକ୍ସିଟି ପ୍ରାୟ ୪୪୦ ଫୁଟ ଗଭୀର ଖାଇରେ ଖସିପଡିଛି । ଏହି ଅଞ୍ଚଳରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି ।
Powered by Froala Editor