ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ, ବେପାରୀ ମୃତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ । ଏଥିରେ ଜଣେ ଗୋରୁ ବେପାରୀଙ୍କ ମୃତ ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ହାଟବାଦଡା ସାପ୍ତାହିକ ହାଟରେ ଫୁଟିଲା ଗୁଳି, ଟଳି ପଡିଲେ ଗୋରୁ ବେପାରୀସୂଚନା ଅନୁଯାୟୀ,ବୁଧବାର ସକାଳ ସମୟରେ ପଶ୍ଚିମବଙ୍ଗ ଜମ୍ବାଲିର ଜାମସୁଦ ଅଲ୍ଲୀ ନାମକ ଜଣେ ଗୋରୁ ବେପାରୀ ଗୋରୁ କିଣିବା ପାଇଁ ହାଟବାଦଡା ସାପ୍ତାହିକ ହାଟକୁ ଆସିଥିଲେ । ତେବେ ଦୁଇଟି ବାଇକରେ ଚାରିଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରି ୨୦ ଲକ୍ଷ ଟଙ୍କା ଲୁଟ କରି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ରାଇରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଛାତିରେ ଚାରି ରାଉଣ୍ଡ ଗୁଳି ବାଜିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
Powered by Froala Editor