ତାତି ମଉଳାଇଲା ବୈଶାଖୀ ଝଡ, ରାତିରେ ଭିଜିଲା ଓଡ଼ିଶା
ଭୁବନେଶ୍ୱର: ଦିନ ସାରାର ଗରମ ଓ ଗୁଳୁଗୁଳିରୁ ତ୍ରାହି ଦେଇଛି ବର୍ଷା । ପ୍ରବଳ ଗ୍ରୀଷ୍ମପ୍ରବାହରୁ ଟିକିଏ ମୁକ୍ତି ମିଳିଛି ରାଜ୍ୟବାସୀଙ୍କୁ, ତାତି ମଉଳାଇଲା ବୈଶାଖୀ ଝଡ । କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ଟ୍ୱିନ ସିଟିରେ ବି ବହୁ ସମୟ ଧରି ଘଡଘଡି ସହ ବର୍ଷା ହୋଇଛି । ଭିଜିଛି ରାଜଧାନୀ ଭୁବନେଶ୍ୱର ।
ଘଡଘଡି ଓ ପବନ ସହ ବର୍ଷା ହୋଇଛି । ଫଳରେ ଅସହ୍ୟ ଗରମ ଓ ଗୁୁଳୁଗୁଳିରୁ ମୁକ୍ତି ମିଳିଛି । ବର୍ଷା ପବନ ଯୋଗୁଁ କିଛି ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦୁ୍ୟତ୍ ସରବରାହ ବିଛିନ୍ନ ହୋଇଛି । ଗତକାଲି ରାଜ୍ୟରେ ୧୮ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ଏଥିରୁ ୫ ସହରରେ ତାପମାତ୍ରା ଥିଲା ୪୩ ଡିଗ୍ରୀ ସେଲସିୟସ୍ ଉପରେ ।
Powered by Froala Editor