ବିବାହ ସାରି ଫେରିବା ବାଟରେ ଦୁର୍ଘଟଣା, ଗଲା ୮ ପ୍ରାଣ

ଲକ୍ଷ୍ନୌ: ମୃତୁ୍ୟ କାହା ପାଇଁ କେତେବେଳେ ଆସେ, ତାହା କହିହେବ ନାହିଁ । ମୃତୁ୍ୟ ଦେଖେନି ବୟସ ସମୟ ଓ ଆବେଗ । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଜାତୀୟ ରାଜପଥ ୨୮ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଯାଇଛି ।
ବିବାହ ସାରି ଫେରୁଥିବା ବାଟରେ ଭୟଙ୍କର ଦୁର୍ଘଟଣାରେ ୮ଜଣ ପ୍ରାଣ ହରାଇଛନ୍ତି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ବୋଲେରୋଟି ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣ ପ୍ରାଣ ହରାଇଛନ୍ତି । ଏହି ବୋଲେରୋରେ ମୋଟ ୧୧ ଜଣ ଥିଲେ । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରତର ରହିଛି ।
ପୋଲସ୍ର ସୂଚନା ଅନୁସାରେ, ବିବାହ ସାରି ବୋଲେରୋରେ ମୋଟ ୧୧ ଜଣ ବ୍ୟକ୍ତି ଘରକୁ ଫେରୁଥିଲେ । ତେବେ ବିଳମ୍ବିତ ରାତିରେ ହଠାତ୍ କଟୟା ଗାଁ ନିକଟରେ ନିୟନ୍ତ୍ରଣ ହରାଇ ବୋଲେରୋଟି ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ୮ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୩ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇ ଚିକିସôା ଜାରି ରହିଥିବାବେଳେ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor