ଜ୍ଞାନବାପି ମସ୍ଜିଦ ବିଷୟରେ ପୋଷ୍ଟ କରି ଗିରଫ ହେଲେ ଦିଲ୍ଲୀ ପ୍ରଫେସର

ଜ୍ଞାନବାପି ମସ୍ଜିଦ୍ ପରିସରରୁ ମିଳିଥିବା ‘ଶିବଲିଙ୍ଗ’ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ୍ କାରଣରୁ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର ଡ. ରତନ ଲାଲଙ୍କୁ ଗିରଫ କରାଯାଇଛି। ରତନ ଲାଲଙ୍କ ବିରୋଧରେ ସୁପ୍ରିମକୋର୍ଟ ଓକିଲ ଭିନିତ ଜିନ୍ଦଲ ଦିଲ୍ଲୀ ପୁଲିସ୍ରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଆଡଭୋକେଟ ଭିନିତ ଜିନ୍ଦଲ କହିଛନ୍ତି ଯେ ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସରେ ମିଳିଥିବା ଏକ ‘ଶିବଲିଙ୍ଗ’ ମାମଲା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି । ଏପରି ସ୍ଥିତିରେ ରତନ ଲାଲ ଶିବଲିଙ୍ଗ ଉପରେ ଏକ ଅପମାନଜନକ, ଉତ୍ତେଜନାମୂଳକ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିଛନ୍ତି। ଏନେଇ ଗତ ୧୭ ତାରିଖରେ ପ୍ରଫେସର ରତନ ଲାଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ବେଳେ ଗତକାଲି ରାତିରେ ତାଙ୍କୁ ଗିରଫ କରାଯାଇଛି।
ପୁଲିସ କହିବା ଅନୁସାରେ, ହିନ୍ଦୁ କଲେଜରେ ଅଧ୍ୟାପନା କରୁଥିବା ପ୍ରଫେସର୍ ରତନ ଲାଲ୍ଙ୍କୁ ଉତ୍ତର ଦିଲ୍ଲୀର ‘ସାଇବର୍ ଥାନା’ ଅଧିକାରୀମାନେ ଗିରଫ କରିଛନ୍ତି। ଦିଲ୍ଲୀର ଭିନିତ ଜିନ୍ଦଲଙ୍କ ଅଭିଯୋଗକୁ ଆଧାର କରି ମଙ୍ଗଳବାର ରାତିରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯାଇଥିଲା। ଅଭିଯୋଗ ପତ୍ରରେ ଆଡ୍ଭୋକେଟ୍ ବିନୀତ ଜିନ୍ଦଲ୍ କହିଛନ୍ତି, ଶିବଲିଙ୍ଗ ଉପରେ ପ୍ରଫେସର୍ ଲାଲ୍ ନିକଟ ଅତୀତରେ ଟୁଇଟର୍ରେ ଅପମାନସୂଚକ, ହିଂସା ଓ କ୍ରୋଧ ଉଦ୍ରେକକାରୀ ପୋଷ୍ଟ୍ ସେୟାର୍ କରିଥିଲେ। ଟୁଇଟର୍ ଆକାଉଣ୍ଟ୍ରେ ପ୍ରଫେସର୍ ଲାଲ୍ ଦେଇଥିବା ବିବୃତି କ୍ରୋଧ ଉଦ୍ରେକକାରୀ ବୋଲି ସେ କହିଛନ୍ତି। ଏହି ମାମଲା ଖୁବ୍ ସ୍ପର୍ଶକାତର ଏବଂ ଏହା ଅଦାଲତରେ ବିଚାରାଧୀନ ରହିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।
Powered by Froala Editor