୩୪ ବର୍ଷ ତଳର ଅପରାଧ ପାଇଁ ଏବେ ଜେଲ୍ ଯିବେ ସିଦ୍ଧୁ

ବର୍ଷେ ପାଇଁ ଜେଲ୍ ଯିବେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ୩୪ ବର୍ଷ ପୂର୍ବେ ରାସ୍ତା ଉପରେ ଜଣେ ବୃଦ୍ଧଙ୍କୁ ମାଡ଼ ମାରି ଘଟଣାସ୍ଥଳରୁ ଫେରାର ହେବା ଓ ପରେ ବୃଦ୍ଧଙ୍କ ମୃତ୍ୟୁ ହେବା ମାମଲାରେ ସିଦ୍ଧୁଙ୍କୁ ଜେଲ ଦଣ୍ଡ ଦେଇଛନ୍ତି ସୁପ୍ରିମକୋର୍ଟ। ତାଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜଷ୍ଟିସ ଏଏମ ଖାନୱିଲକର ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
୧୯୮୮ଡିସେମ୍ବର ୨୭। ଏହି ଦିନ ସନ୍ଧ୍ୟାରେ ସିଦ୍ଧୁ ନିଜ ବନ୍ଧୁ ରୂପିନ୍ଦର ସିଂହ ସିଦ୍ଧୁଙ୍କ ସହ ପଟିଆଲାର ଶେରାବାଲେ ଗେଟ୍ ମାର୍କେଟ ପହଞ୍ଚିଥିଲେ। ଏହି ମାର୍କେଟ ତାଙ୍କ ଘରଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିଲା। ସେହି ସମୟରେ ସିଦ୍ଧୁ କ୍ରିକେଟର୍ ଥିଲେ। ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ମାତ୍ର ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।
ତେବେ ଏହି ମାର୍କେଟ୍ରେ କାର୍ ପାର୍କିଂକୁ ନେଇ ୬୫ ବର୍ଷୀୟ ଜଣେ ବୃଦ୍ଧଙ୍କ ସହ ସିଦ୍ଧୁଙ୍କ ବଚସା ହୋଇଥିଲା। ପରେ ହାତହାତି ଯାଏ କଥା ଯାଇଥିଲା। ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ସିଦ୍ଧୁ। ୬୫ ବର୍ଷର ବୃଦ୍ଧଙ୍କ ମୁଣ୍ଡକୁ ସିଦ୍ଧୁ ଆଘାତ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସଂପୃକ୍ତ ବୃଦ୍ଧଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।
Powered by Froala Editor