ପ୍ଲାଷ୍ଟିକ୍ ସର୍ଜରୀ କରି ମୃତ୍ୟୁବରଣ କଲେ କନ୍ନଡ ଅଭିନେତ୍ରୀ

ପ୍ଲାଷ୍ଟିକ୍ ସର୍ଜରୀ ପାଇଁ କନ୍ନଡ ଅଭିନେତ୍ରୀ ଚେତନା ରାଜଙ୍କର ଦେହାନ୍ତ ହୋଇଛି। ପ୍ଲାଷ୍ଟିକ ସର୍ଜରୀ ସଫଳ ନହେବାରୁ ତାଙ୍କର ମୃତ୍ୟୁ ଘଟିଛି । ଏକ ଘରୋଇ ହସପିଟାଲରେ ଫ୍ୟାଟ୍ ଫ୍ରି ପ୍ଲାଷ୍ଟିକ ସର୍ଜରୀ କରିଥିଲେ ଚେତନାରାଜ । କିନ୍ତୁ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ହେବାରୁ ତାଙ୍କ ଅବସ୍ଥା ଗମ୍ଭୀର ହୋଇଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଚେତନାରାଜଙ୍କ ପରିବାରବର୍ଗ ତାଙ୍କ ମୃତ୍ୟୁ ପାଇଁ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିବା ସହ ଏତଲା ଦାୟର କରିଛନ୍ତି ।
ସେପଟେ, ପ୍ଲାଷ୍ଟିର ସର୍ଜରୀ ପାଇଁ ଚେତନାରାଜ ପରିବାର ଅନୁମତି ନେଇ ନଥିବା ମଧ୍ୟ ଜଣାପଡିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଅଭିନେତ୍ରୀ ସର୍ଜରୀ ବିଷୟରେ ତାଙ୍କ ପିତାମାତାଙ୍କୁ ଜଣାଇ ନଥିଲେ ଏବଂ ତାଙ୍କ ସାଙ୍ଗମାନଙ୍କ ସହିତ ଡାକ୍ତରଖାନା ଯାଇଥିଲେ। ଡାକ୍ତରଙ୍କ ଅବହେଳା ହେତୁ ଚେତନାଙ୍କ ଜୀବନ ଚାଲି ଯାଇଛି ବୋଲି ତାଙ୍କ ପିତାମାତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଡାକ୍ତରଙ୍କ ଭୁଲ ହେତୁ ତାଙ୍କ ଝିଅଙ୍କର ଅକାଳ ମୃତ୍ୟୁ ଘଟିଛି। ଚେତନାଙ୍କ ମୃତଦେହ ଡାକ୍ତରଖାନାରେ ଅଛି। ବ୍ୟବଚ୍ଛେଦ ପାଇଁ ଏହାକୁ ଅନ୍ୟ ଡାକ୍ତରଖାନାକୁ ନିଆଯିବ।
Powered by Froala Editor