ନେପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନେପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲୁମ୍ବିନୀରେ ପହଞ୍ଚିବା ପରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ୨୦୧୪ ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଚମ ତଥା ୨୦୧୯ ରେ ଦ୍ବିତୀୟ ପାଳିର ପ୍ରଥମ ନେପାଳ ଗସ୍ତ କରିଛନ୍ତି । ଲୁମ୍ବିନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା ବିମାନ ବନ୍ଦରରେ ନିଜେ ଉପସ୍ଥିତ ରହିଥିଲେ ।
ପ୍ରଧାନମନ୍ତ୍ରୀ ଦେଓବା ସୋମବାର ଭୈରାଭାରେ ନେପାଳର ଦ୍ବିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବେ ଏବଂ ଲୁମ୍ବିନୀରେ ଦିନବ୍ୟାପୀ ଉଭୟ ପ୍ରଧାନମନ୍ତ୍ରୀ ଏକାଧିକ ଆଧ୍ୟାତ୍ମିକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ । ଗସ୍ତସୂଚୀ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନ ପ୍ରାୟ ୧୦ ଟାରେ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ କୁଶୀନଗରରୁ ଲୁମ୍ବିନୀରେ ଅବତରଣ କରିଛନ୍ତି । ଏହାପରେ ସେ ମାୟାଦେବୀ ମନ୍ଦିରକୁ ଯାଇ ଏକ ବିଶେଷ ପ୍ରାର୍ଥନାରେ ମଧ୍ୟ ସାମିଲ ହେବେ । ପରେ ପ୍ରଧାନମନ୍ତ୍ରୀ ଅଶୋକନ ସ୍ତମ୍ଭରେ ପ୍ରଦୀପ ପ୍ରଜ୍ବଳନ ମଧ୍ୟ କରିବାର କାର୍ୟ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବୌଦ୍ଧ କନଫେଡେରେସନ ପ୍ରୟାସରେ ନିର୍ମିତ ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
Powered by Froala Editor