ମଣିଷ ଭୁଲି ଯାଉଛି ମାନବିକତା, ଟାଙ୍ଗିଆରେ ବଡଭାଇକୁ ହାଣିଲା ସାନଭାଇ
ଭବାନୀପାଟଣା: ଦିନକୁ ଦିନ ମଣିଷ ଭୁଲି ଯାଉଛି ମାନବିକତା । ରାଗର ବଶବର୍ତ୍ତୀ ହୋଇ ମଣିଷ ତା’ର ହିତାହତ୍ୟ ଜ୍ଞାନ ହରାଉଛି । ସାମାନ୍ୟ କେଇ ମୂୟୁର୍ତ୍ତର ରାଗ ପାଇଁ ମଣିଷ ଘଟାଉଛି ଅଭାବନୀୟ କାଣ୍ଡ । ଯେଉଥିପାଇଁ ସବୁଦିନ ପାଇଁ ତା’କୁ ପସ୍ତେଇବାକୁ ପଡୁଛି ।
ସଂପର୍କୀୟ ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନଭାଇ । ପତ୍ନୀକୁ ଅସଦାଚରଣ କରିବାରୁ ସାନଭାଇ ବଡଭାଇକୁ ହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ନୃଶଂସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ସଦରଥାନା କର୍ଲାପଡା ଫାଣ୍ଡି ପଣ୍ଡିଗାଁ’ରେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିବା ସହ ସାନଭାଇକୁ ଅଟକ ରଖି ପଚରାଉଚରା କରୁଛି । ତେବେ କେଉଁ କାରଣରୁ ବଡ ଭାଇ ସାନ ଭାଇର ସ୍ତ୍ରୀ’କୁ ଅସଦାଚରଣ କରିଥିଲେ, ସେ ବାବଦୋର ଏଯାଏ କୌଣସି ସୂଚନା ମିଳିପାରି ନାହିଁ ।
Powered by Froala Editor