ପ୍ରଦୀପ ନାୟକ ସୁସ୍ଥ ହେବା ପାଇଁ ସମସ୍ତଙ୍କ ପ୍ରାର୍ଥନା

ଭୁବନେଶ୍ୱର : ବିରୋଧୀ ଦଳ ନେତା ପ୍ରଦୀପ ନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ହେବା ପରେ ଶ୍ରୀ ନାୟକ ଏମସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗତକାଲି ହଠାତ ସେ ଗୁରୁତର ହୋଇପଡ଼ିଥିଲେ । ଅପରପକ୍ଷରେ ତାଙ୍କର ବହୁ ନେତା ଓ ତାଙ୍କର ସମର୍ଥକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଶ୍ରୀ ନାୟକ ପ୍ରଥମେ ଆଇସିୟୂରେ ଭର୍ତି ହୋଇଥିଲେ । ତେବେ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ଏକ ପାଂଚଜଣିଆ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ତଦାରଖ କରୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି ମଧ୍ୟ ନିୟମିତ ଭାବେ ଏମସ ସହ ଯୋଗସୂତ୍ରରେ ରହିଥିବା ଜାଣିବାକୁ ମିଳିଛି ।
କରୋନାରେ ସଂକ୍ରମିତ ହେବା ନେଇ ସୂଚନା ମିଳିବା ପରେ କେତେକ ସ୍ଥାନରେ ଶ୍ରୀ ନାୟକଙ୍କ ସମର୍ଥକମାନେ ଦୀପ ଜଳାଇ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ତେବେ ପୂର୍ବାପେକ୍ଷା ତାଙ୍କ ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ।
Powered by Froala Editor