ଘରେ ପସି ନେଇଗଲେ ୧୬ଭରି ସୁନା ଅଳଙ୍କାର
ପାରଳାଖେମୁଣ୍ଡି: ଦିନକୁ ଦିନ ବିଗୁଡୁଛି ଆଇନ ଶୃଙ୍ଖଳା । ବିଶୃଙ୍ଖଳିତ ହେଉଛି ପରିବେଶ । ଚୋରି, ହତ୍ୟା, ଲୁଟ, ଅପହରଣ ଆଦି ବଢିବାରେ ଲାଗିଛି । ରାଜଧାନୀରେ ନୂଆ ନୂଆ ତରିକାରେ ଲୁଟେରାମାନେ ଲୁଟ୍ କରୁଥିବାବେଳେ ଆଜି ଗଜପତି ଜିଲ୍ଲା ପାରେଳାକେମୁଣ୍ଡି ମଡେଲ ପୋଲିସ୍ ଥାନା ଅଧୀନ ବିଶ୍ୱନାଥ ନଗରରୁ ଏକ ବଡ ଧରଣର ଚୋରି ହୋଇଛି । ଏହି ଅଂଚଳର ପ୍ରଭାତ ମିଶ୍ରଙ୍କ ଘରୁ ୧୬ ଭରି ସୁନା ଅଳଙ୍କାର, ନଗଦ ୩୦ହଜାର ଟଙ୍କା ସହ ଅନ୍ୟାନ୍ୟ ଆସବାବ ପତ୍ର ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଘରେ କେହି ନ ଥିବାବେଳେ ଦୁର୍ବୃତ୍ତ ଏହାର ସୁଯୋଗ ନେଇ କଟର ସାହାଯ୍ୟରେ ତାଲାକାଟି ପଶିଥିଲେ ଓ ଘରେ ପୂରା କଳାକନା ଳବୁଲାଇ ଦେଇଥିଲେ । ଥାନାରେ ଅଭିତଯୋଗ ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor