ରାଜୀବ କୁମାର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ

ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ରାଜୀବ କୁମାର । ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ସୁଶୀଲ ଚନ୍ଦ୍ରା ମେ’ ୧୪ରେ ଅବସର ଗ୍ରହଣ କରିବା ପରେ ମେ’ ୧୫ରେ ରାଜୀବ କୁମାର ଦାୟିତ୍ବ ଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଉକ୍ତ ବିଜ୍ଞପ୍ତିକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ରାଜୀବ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ, ୧୯୬୦ ମସିହା ଫେବୃଆରୀ ୧୯ରେ ଜନ୍ମ ଗ୍ରହଣ କରିଥିବା ରାଜୀବ କୁମାର ୧୯୮୪ ବ୍ୟାଚ୍ର ଆଇଏଏସ୍ ଅଫିସର । ଶ୍ରୀ କୁମାର ବିହାର/ଝାରଖଣ୍ଡ କାର୍ଡରର। ସେ ୨୦୨୦ ଫେବୃଆରୀ ମାସରେ ଆଇଏଏସ୍ ଚାକିରିରୁ ଅବସର ନେଇଥିଲେ। ୨୦୨୦ ମସିହା ସେପ୍ଟେମ୍ବର ୧ରେ ଶ୍ରୀ କୁମାର ଦେଶର ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ନିର୍ବାଚନ କମିଶନର ହେବା ପୂର୍ବରୁ ସେ ୨୦୨୦ ଏପ୍ରିଲରେ ପବ୍ଲିକ ଇଣ୍ଟରପ୍ରାଇଜେସ ସିଲେକସନ ବୋର୍ଡର ଅଧ୍ୟକ୍ଷ ହୋଇଥିଲେ।
Powered by Froala Editor