Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ...

ରାଜ୍ୟ
Home ›› ରାଜ୍ୟ ››ପୁଣି ଖରା ତାତିରେ ସିଝିବ ଓଡ଼ିଶା

ପୁଣି ଖରା ତାତିରେ ସିଝିବ ଓଡ଼ିଶା

2022-05-12 07:01:46
15354
Share:
Facebook
Twitter
E-Mail
WhatsApp
Telegram
ପୁଣି ଖରା ତାତିରେ ସିଝିବ ଓଡ଼ିଶା


ଭୁବନେଶ୍ୱର: ଦୁର୍ବଳ ହୋଇ ‘ଅସାନି’ ଆନ୍ଧ୍ର ଉପକୂଳକୁ ଛୁଇଁବା ପରେ ଆହୁରି ଦୁର୍ବଳ ହେବାରେ ଲାଗିଛି । ଏହା ପୁଣି ସମୁଦ୍ର ଭିତରକୁ ପଶି ଗୁରୁବାର ଆହୁରି ଦୁର୍ବଳ ହୋଇଯିବ । ଓଡ଼ିଶା ଉପରେ ଏହାର ପ୍ରଭାବ ବିଶେଷ ପଡ଼ିବ ନାହିଁ । କାଁ ଭାଁ ବର୍ଷା  ହୋଇପାରେ ଗୁରୁବାର । ଏପଟେ ପାଣିପାଗ ବୈଜ୍ଞାନିକ ଆକଳନ କଲେଣି ବାତ୍ୟା ପଳେଇଲା । ଏବେ ପୁଣି ଖରା ତାତିରେ ସିଝିବ ଓଡ଼ିଶା । ଖରା ବଢ଼ିବା ସହିତ ତାପମାତ୍ରା ମଧ୍ୟ ବଢ଼ିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ବି ବଢ଼ିବ । ଆନ୍ଧ୍ର ଉପକୂଳ ଛୁଇଁବା ଆଗରୁ ହିଁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେଇଯାଇଥିଲା । ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ୫ଟାରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପ୍ରଭାବରେ ଆନ୍ଧ୍ରରେ ଲଗାଣ ବର୍ଷା ହୋଇଥିବା ବେଳେ ୫୫-୭୫ କିମି ବେଗରେ ପବନ ବି ହୋଇଛି । ହେଲେ ଓଡ଼ିଶା ଠାରୁ ଢେ଼ର ଦୂରରେ ଥିବାରୁ ରାଜ୍ୟର ଏହାର ପ୍ରଭାବ ପରିଲକ୍ଷିତ ହୋଇନାହିଁ ।

ପାଣିପାଗ ବିଭାଗ କହିଛି, ମଛଲିପଟନମ ଓ ନରସପୁର ଭିତରେ ଏହା ସ୍ଥଳଭାଗରେ ପ୍ରବେଶ କରିବା ପରେ ଉତ୍ତର-ଉତ୍ତର ପୂର୍ବରେ ସମୁଦ୍ର ଆଡ଼କୁ ଗତି କରୁଛି । ଗୁରୁବାର ସକାଳରୁ ଆହୁରି ଦୁର୍ବଳ ହୋଇ ଅବପାତ ଅବସ୍ଥାରେ ସମୁଦ୍ରରେ ଥିବ । ସେତେବେଳେ ଓଡ଼ିଶା ଉପକୂଳଠାରୁ ଆହୁରି ଦୂରେଇଯିବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଆଜି ବର୍ଷା ହୋଇପାରେ । ମାତ୍ର ବଡ଼ ବର୍ଷାର ସମ୍ଭାବନା ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦-୫୦ କିମି ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହୁଛି । ତେଣୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ମନା କରାଯାଇଛି । ଗୋପାଳପୁର ପାଇଁ ତିନି ନମ୍ବର ଓ ଅନ୍ୟ ବନ୍ଦର ଲାଗି ୨ ନମ୍ବର ବିପଦ ସଙ୍କେତ ବଳବତ୍ତର ରହିଛି । ପାଣିପାଗ ବିଜ୍ଞାନୀଙ୍କ ଆକଳନ କହିବାନୁସାରେ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରେ ପୁଣି ତାତି ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଗଲାଣି ।

ବାତ୍ୟା ପ୍ରଭାବ ଯୋଗୁ ରାଜ୍ୟରେ ପାରଦ ଖସିଯାଇଥିଲା । ଏବେ ଖରା ବଢ଼ିବା ସହ ତାତି ବଢ଼ିବ । ଆସନ୍ତା ୩-୪ ଦିନ ଭିତରେ ପାରଦ ପୁଣି ୪୦ଡ଼ିଗ୍ରୀ ଛୁଇଁପାରେ । ବୁଧବାର ଦିନବେଳା ବାରିପଦାରେ ୫୦ ମିଲିମିଟର ବର୍ଷା ହୋଇଥିବାବେଳେ କୋରାପୁଟରେ ୧୨ ମିମି ବର୍ଷା ହୋଇଥିଲା । ବାକି ସବୁଠି ପାଗ ଶୁଖିଲା ଥିଲା । 

Powered by Froala Editor

Tags Temperature

Related articles Odisha News Lens 4.1

  • ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା
    ଦେଶ-ଦେଶାନ୍ତର

    ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା

    14463
    Jun 13, 2025
  • ହିମାଳୟ  ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ
    ବାଣିଜ୍ୟ

    ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    14874
    Jun 14, 2025
  • ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ
    ଦେଶ-ଦେଶାନ୍ତର

    ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ

    15619
    Jun 13, 2025
  • କେଶ ଝଡ଼ିବା କମାଇବ ଯୋଗ
    ବିଶେଷ

    କେଶ ଝଡ଼ିବା କମାଇବ ଯୋଗ

    14202
    Jun 13, 2025
  • ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ
    ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    14104
    Jun 12, 2025
  • ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ବିମାନରେ ବୋମା, ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ

    13683
    Jun 13, 2025
  • ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ
    ଦେଶ-ଦେଶାନ୍ତର

    ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    14034
    Jun 12, 2025
  • ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

    15191
    Jun 12, 2025
  •  କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…
    ବିଶେଷ

    କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14250
    Jun 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    14104
    Jun 12, 2025
  • ବାଣିଜ୍ୟ

    ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    14874
    Jun 14, 2025
  • ଦେଶ-ଦେଶାନ୍ତର

    ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

    15191
    Jun 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16660
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16963
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15489
    Apr 03, 2021

ବିଶେଷ

  • କେଶ ଝଡ଼ିବା କମାଇବ ଯୋଗ

    14202
    Jun 13, 2025
  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14250
    Jun 13, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15432
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    14961
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    14196
    Jun 10, 2025

ବାଣିଜ୍ୟ

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ର ...

  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14480
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15702
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16329
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14031
    Feb 06, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

    15191
    Jun 12, 2025
  • ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    14034
    Jun 12, 2025
  • କେଶ ଝଡ଼ିବା କମାଇବ ଯୋଗ

    14202
    Jun 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In