ଶସ୍ତା ହେଲା ଏଲ୍ପିଜି

ନୂଆଦିଲ୍ଲୀ: କରୋନା କାଳରେ ରିହାତି ସ୍ୱରୂପ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ ଏଲ୍ପିଜି ସିଲିଣ୍ଡର ଦାମ କମାଇଛନ୍ତି । ତେବେ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ଦର ୪୫.୫୦ ଟଙ୍କା ହ୍ରାସ ପାଇଛି । ଏବେ ଦିଲ୍ଲୀରେ ଏହି ସିଲିଣ୍ଡର ପିଛା ମୂଲ୍ୟ ୧,୫୯୫.୫୦ ଟଙ୍କାକୁ ଖସିଥିବା ବେଳେ ମୁମ୍ୱାଇରେ ଏହା ୧,୫୪୫ ଟଙ୍କା ହୋଇଛି । କିନ୍ତୁ ଏହାଯୋଗୁ ସାଧାରଣ ଜନତାଙ୍କୁ କୌଣସି ଉପଶମ ମିଳିବ ନାହିଁ । ଛୋଟ ଦୋକାନୀ ଏବଂ ହୋଟେଲ ମାଲିକମାନେ ଏହାଦ୍ୱାରା ଉପକୃତ ହେବେ ।
Powered by Froala Editor