ଉତ୍ତର କୋରିଆରେ କରୋନାର ପ୍ରଥମ ମାମଲା ଚିହ୍ନଟ, ଦେଶବ୍ୟାପୀ ତାଲାବନ୍ଦ ଘୋଷଣା
ଉତ୍ତର କୋରିଆରେ କରୋନା ସଂକ୍ରମଣର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ପ୍ରଶାସନ କହିଛି। ଫଳରେ ଦେଶବ୍ୟାପୀ ତାଲାବନ୍ଦ କରିବାକୁ ଘୋଷଣା ହୋଇଛି । ଭାଇରସର ମୂଳ ପୋଛ କରିବା ପାଇଁ କିମ ଜଙ୍ଗ ଉନ୍ ଏପରି କଡ଼ା ପଦକ୍ଷେପ ନେଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିମ ଜଙ୍ଗ ଉନ୍ ସୀମାରେ ସୁରକ୍ଷା ବ୍ୟବସ୍ଥା କରିବାକୁ କହିଛନ୍ତି। ଏଥିସହ ସମସ୍ତ ସହର ଓ ଗଳିକୁ ବନ୍ଦ କରି ଭାଇରସ ଯେମିତି ନ ବ୍ୟାପିବ, ତା’ର ବ୍ୟବସ୍ଥା କରିବାକୁ କିମ ସାଧାରଣ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୦ରୁ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। ହେଲେ ଉତ୍ତର କୋରିଆ କେବେ ହେଲେ ବି କରୋନା ଭାଇରସ ଦେଶରେ ଚିହ୍ନଟ ହୋଇ ନଥିଲା। ସରକାର ମଧ୍ୟ ନିଜେ ଏନେଇ ନିଶ୍ଚିତ କରିଥିଲେ । ଏବେ କିନ୍ତୁ ସରକାର ଏନେଇ ନିଜେ ନିଶ୍ଚିତ କରିଛନ୍ତି । ରାଜଧାନୀରେ ଅସୁସ୍ଥ ହୋଇଥିବା ଜଣେ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯିବାରୁ ସେ ଓମିକ୍ରନ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି।
ଭାଇରସର ମୁକାବିଲା ପାଇଁ ରାଷ୍ଟ୍ରପତି କିମ ଜଙ୍ଗ ଉନଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଥିଲା। ଏହାପରେ ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଦେଶରେ ସବୁଠାରୁ ବଡ଼ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଫଳରେ ପ୍ରତିବନ୍ଧକ ମଧ୍ୟ ଘୋଷଣା କରାଯାଇଛି ।
Powered by Froala Editor