ତାଜ ମହଲ ଜମିର ମାଲିକାନା ଜୟପୁର ରାଜ ପରିବାର ନାଁରେ ରହିଛି : ଦୀୟା କୁମାରୀ

ଭାରତୀୟ ଜନତା ପାର୍ଟିର ସାଂସଦ ତଥା ଜୟପୁର ରାଜ ପରିବାରର ଦାୟଦ ରାଜ କୁମାରୀ ଦୀୟା କୁମାରୀ ତାଜ ମହଲ ତିଆରି ହୋଇଥିବା ଜମିକୁ ନିଜର ବୋଲି କହିଛନ୍ତି । ତାଜ ମହଲ ତିଆରି ହୋଇଥିବା ଜମିର ମାଲିକାନା ବାସ୍ତବରେ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ରହିଛି। ଏହି ଦାବିକୁ ପ୍ରମାଣ କରିବା ପାଇଁ ତାଙ୍କ ପାଖରେ ଉପଯୁକ୍ତ ଦସ୍ତାବିଜ ରହିଥିବା ମଧ୍ୟ ଦିୟା କୁମାରୀ କହିଛନ୍ତି।
ସେ କହିଛନ୍ତି ଯେ ଯେଉଁ ସ୍ଥାନରେ ତାଜମହଲ ନିର୍ମାଣ ହୋଇଛି ସେଠାରେ ପୂର୍ବରୁ ଜୟପୁରର ରାଜ ପରିବାରର ପ୍ରାସାଦ ଥିଲା। ହେଲେ ଶାହଜାହାନ ଏହାକୁ ବଳପୂର୍ବକ କବଜା କରିନେଇଥିଲେ। ଦୀୟା କୁମାରୀ କହିଛନ୍ତି ଏହି ଜମି ଜୟପୁରର ରାଜ ପରିବାରର ଥିଲା। ଦୀୟାଙ୍କ ଏଭଳି ଦାବି ତାଜମହଲ ବିବାଦରେ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛି।
ତାଜ ମହଲରେ ବନ୍ଦ ରହିଥିବା ୨୨ଟି ରୁମ୍ରେ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ରହିଛି। ଏହାର ଯାଞ୍ଚ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେବାକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଗୋଟିଏ ଆବେଦନ କରାଯାଇଥିଲା। ଏହି ଆବେଦନ ପରେ ହିଁ ଦୀୟା କୁମାରୀ ତାଜ ମହଲ ତିଆରି ହୋଇଥିବା ଜମି ଉପରେ ନିଜର ମାଲିକାନା ଜାହିର କରିଛନ୍ତି।
ଏହି ଆବେଦନର ସମର୍ଥନରେ ମତ ରଖି ଦୀୟା କୁମାରୀ କହିଛନ୍ତି, “ତାଜ ମହଲ ଉକ୍ତ ଜମିରେ ତିଆରେ ହେବା ପୂର୍ବରୁ ସେଠାରେ କ’ଣ ଥିଲା, ତା’ର ତଦନ୍ତ ହେବା ଜରୁରୀ। କବର ଉପରେ ତିଆରି ହୋଇଥିବା ସ୍ମାରକୀ ବା ମକବରା ପୂର୍ବରୁ ବାସ୍ତବରେ ସେଠାରେ କ’ଣ ସବୁ ରହିଥିଲା, ତାହା ଜାଣିବାର ଅଧିକାର ଲୋକଙ୍କର ରହିଛି।
Powered by Froala Editor