୨ ବର୍ଷ ପୂର୍ବରୁ ଗର୍ଭପାତ କରିଥିଲେ ମହିଳା, ମିଳିଲା ୩୦ ବର୍ଷର ଜେଲ୍ ଦଣ୍ଡ
ଆମେରିକାରେ ଗର୍ଭପାତ କରାଇଥିବା ଏମସେ ନାମକ ଜଣେ ମହିଳାଙ୍କୁ ଅଲ ସବ୍ଲାଡୋର କୋର୍ଟ ୩୦ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି । ମେ ୯ ତାରିଖର କୋର୍ଟ ଏହି ରାୟ ଦେଇଛନ୍ତି । ରିପୋର୍ଟ ଅନୁସାରେ ଅଲ ସବ୍ଲାଡୋରରେ ଜଣେ ମହିଳା ନିଜର ଗର୍ଭପାତ କରାଇବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। କୋର୍ଟଙ୍କ ଏହି ରାୟକୁ ନେଇ ସାରା ଦୁନିଆ ଚର୍ଚ୍ଚା ଆରମ୍ଭ ହୋଇଛି।
ଅନ୍ତର୍ଜାତୀୟ ମାନବାଧିକାର କର୍ମୀ ଲାୟର ଅବିଲା-ଗୁଏଲେନ କହିଛନ୍ତି ଏମସେଙ୍କୁ ଦିଆଯାଇଥିବା ଏହି ଦଣ୍ଡ ଅତ୍ୟନ୍ତ ଦୁଃଖଦ ଏବଂ ଏହାକୁ ସମାଜକୁ ପଛକୁ ନେଇ ନେଇଛି । ମହିଳାଙ୍କ ସଶକ୍ତିକରଣ ପାଇଁ ନିଆଯାଇଥିବା ପଦକ୍ଷେପକୁ ଏହା ଆଘାତ ପହଞ୍ଚାଇବ। ସେ କହିଛନ୍ତି, ଗର୍ଭପାତକୁ ନେଇ ଦେଶରେ ଏକ ଆଇନର ବିକଳ୍ପର ରହିବା ଜରୁରୀ। କିନ୍ତୁ ଏପରି ଦଣ୍ଡ ଦେବା ଉଚିତ ନୁହେଁ ।
ଉଲ୍ଲେଖଯୋଗ୍ୟ ଯେ, ଏମସେ ଦୁଇ ବର୍ଷ ଧରି ବିଚାରଧୀନ ଏକଦୀ ଭାବେ ହେପାଜତରେ ରଖାଯିବା ପରେ ଏବେ କୋର୍ଟ ତାଙ୍କୁ ଦଣ୍ଡ ଶୁଣାଇଛନ୍ତି ।
Powered by Froala Editor