୯୪ ବର୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମ ଶର୍ମାଙ୍କ ଦେହାନ୍ତ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମ ଶର୍ମାଙ୍କ ଦେହାନ୍ତ ହୋଇଛି। ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପୁଅ ଅନୀଲ ଶର୍ମା ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ୯୪ ବର୍ଷିୟ ସୁଖରାମଙ୍କୁ ମେ’ ୪ ତାରିଖରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହାପରେ ହିମାଚଳ ପ୍ରଦେଶ ମଣ୍ଡିର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ନ ଆସିବାରୁ ସେଠାରୁ ଏୟାରଲିଫ୍ଟ ଜରିଆରେ ଦିଲ୍ଲୀ (ଏମ୍ସ୍) ଭର୍ତ୍ତି କରାଯାଇଥିଲା।
ମଙ୍ଗଳବାର ରାତିରେ ହିମାଚଳ ପ୍ରଦେଶର କଂଗ୍ରେସ ନେତା ସୁଖରାମଙ୍କ ନାତି ଆଶ୍ରୟ ଶର୍ମା ‘ଫେସ୍ବୁକ୍ ପୋଷ୍ଟ୍’ରେ ଲେଖଛନ୍ତି: ବିଦାୟ ଜେଜେ, ଏବେ ଆଉ ଫୋନ୍ ବାଜିବ ନାହିଁ। ଏଥିସହ ସେ ସୁଖରାମଙ୍କ ସହିତ ନିଜ ପିଲାବେଳର ଗୋଟାଏ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି। କିନ୍ତୁ, କେତେବେଳେ ସୁଖରାମ ପରଲୋକ ଗମନ କଲେ ତାହା ସେ ଉଲ୍ଲେଖ କରିନାହାନ୍ତି।
ସୁଖରାମଙ୍କର ଜନ୍ମ ୧୯୨୭ ମସିହା ଜୁଲାଇ ୨୭ ତାରିଖରେ। ସୁଖରାମ ଶର୍ମା ୧୯୯୩ରୁ ୧୯୯୬ ମଧ୍ୟରେ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀ, ସ୍ବତନ୍ତ୍ର ପ୍ରଭାରୀ ଥିଲେ । ସେ ଉତ୍ତରପ୍ରଦେଶ ମଣ୍ଡିରୁ ଲୋକସଭା ସାଂସଦ ମଧ୍ୟ ଥିଲେ । ତାଙ୍କ ରାଜନୈତିକ ଜୀବନରେ ସୁଖରାମ ୫ଥର ବିଧାନସଭା ଏବଂ ୩ଥର ଲୋକସଭା ନିର୍ବାଚନ ଜିତିଥିଲେ ।
Powered by Froala Editor