ସାମାନ୍ୟ ଗୀତ ପାଇଁ ରାଗିଗଲା ବର, ଜଣଙ୍କୁ ମାରିଦେଲା ଗୁଳି
ବାହାଘରରେ ବର ହାତରେ ହୋଇଛି ହତ୍ୟା । କନ୍ୟାପକ୍ଷରୁ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏ ଘଟଣା ସାମାନ୍ୟା ଗୀତ ବଜାଇବାକୁ ନେଇ ଘଟିଛି । ଯାହାକୁ ନେଇ ସମସ୍ତେ ଅବାକ ହୋଇପଡିଛନ୍ତି । ଉତ୍ତର ପ୍ରଦେଶର ମୁଜାଫରନଗର ଅନ୍ତର୍ଗତ ଶାହପୁରରେ ଏପରି ଘଟଣା ଘଟିଛି।
ବାହାଘର ବରଯାତ୍ରୀ ବେଳେ ଡିଜେର ବ୍ୟବସ୍ଥା ହୋଇଥିଲା। ତେବେ ଡିଜେରେ ବାଜୁଥିବା ଗୀତକୁ ନେଇ ହଠାତ୍ ବର ଓ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ କଥା ହାତାହାତିକୁ ଯାଇଥିଲା। ଏହା ଦେଖି ବର ସାଜିଥିବା ଇଫତିକାର ନିଜର ରାଗ ସମ୍ଭାଳି ପାରି ନଥିଲେ। ସେ ହଠାତ୍ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଜାଫର ଅଲୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେ କନ୍ୟା ଘର ପକ୍ଷର ଲୋକ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ପୁଲିସ୍ ଇଫତିକାରଙ୍କୁ ଗିରଫ କରିଛି ।
Powered by Froala Editor