ଦାନିଶ ସିଦ୍ଦିକ୍ଙ୍କୁ ପୁଲିତଜର ପୁରସ୍କାର

ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିବା ସାମ୍ବାଦିକ ଦାନିଶ ସିଦ୍ଦିକ୍ଙ୍କୁ ପୁଲିତଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତରେ କରୋନା ସମୟରେ ଉଲ୍ଲେଖନୀୟ ଫଟୋଗ୍ରାଫ ପାଇଁ ଦାନିଶ୍ ସିଦ୍ଦିକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଦାନିଶ୍ ସିଦ୍ଦିକଙ୍କ ସହ ରଏଟର୍ସ ସାମ୍ବାଦିକ ଅଦନନ୍ ଅବିଦି, ସାନା ଇରଶାଦ ମାତ୍ତୋ ଏବଂ ଅମିତ୍ ଦେବଙ୍କୁ ପୁଲିତଜର ପୁରସ୍କାର ପ୍ରଦାନ କରାଯାଇଛି ।
ସମାଚାର ଏଜେନ୍ସି ରଏଟର୍ସ ପାଇଁ କାମ କରୁଥିବା ୩୯ ବର୍ଷୀୟ ସିଦ୍ଦିକି ଜାମିଆ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ। ଗତ ବର୍ଷ ଜୁଲାଇ ୧୬ରେ ଆଫଗାନିସ୍ତାନ ସଂଘର୍ଷ ବେଳେ ପ୍ରାଣ ହରାଇଥିଲେ ସାମ୍ବାଦିକ ଦାନିଶ୍ ସିଦ୍ଦିକ । ସିଦ୍ଦିକ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶ ସ୍ଥିତି ସ୍ପିନ ସ୍ପିନ ବୋଲଡକ୍ ଜିଲ୍ଲାରେ ଚାଲିଥିବା ତାଲିବାନ ଓ ଆଫଗାନ ସେନାଙ୍କ ସଂଘର୍ଷର କଭରେଜ୍ ପାଇଁ ସେଠାକୁ ଯାଇଥିଲେ। ସେ ଆଫଗାନ ସୈନ୍ୟଙ୍କ ଗହଣରେ ରହି ଫଟୋ ଉଠାଉଥିଲା ବେଳେ ତାଲିବାନି ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୧୮ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦାନିଶ୍ ସିଦ୍ଦିକ ଏବଂ ତାଙ୍କ ଟିମକୁ ପ୍ରଥମ ଥର ପାଇଁ ପୁଲିତଜର ପୁରସ୍କାର ପ୍ରଦାନ କରାଯାଇଥିଲା ।
Powered by Froala Editor