‘ଶେର୍ୱାନୀ’ ଓ ‘ଧୋତି-କୁର୍ତ୍ତା’ ପାଇଁ ଢେଲାପଥର ମାଡ

ପିନ୍ଧିବ ବର କ’ଣ? ଏଇ କଥାକୁ ନେଇ ବର ପକ୍ଷ ଓ କନ୍ୟା ପକ୍ଷ ମଧ୍ୟରେ ପାଟିତୁଣ୍ଡ ହେବା ସହିତ ଉଭୟ ପକ୍ଷର ଲୋକମାନେ ପରସ୍ପର ଉପରକୁ ଢେଲାପଥର ବି ଫିଙ୍ଗିଲେ। ଏଭଳି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଧର୍ ଜିଲ୍ଲାର ମଙ୍ଗବେଡ଼ା ଗାଁରେ।
ପ୍ରଥାନୁସାରେ ବିବାହ ଅନୁଷ୍ଠାନରେ ବର ‘ଧୋତି-କୁର୍ତ୍ତା’ ପିନ୍ଧୁ ବୋଲି କନ୍ୟାର ଆତ୍ମୀୟସ୍ବଜନମାନେ କହିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଏହି କଥାକୁ ଧରି ଦୁଇ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଉଗ୍ର ହୋଇ ତୁମୁଳ ସଂଘର୍ଷ ପାଲଟିଥିଲା। ପରେ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ। ତାହାକୁ ଆଧାର କରି କେତେକ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି। କିନ୍ତୁ ,ପରେ ବର ସୁନ୍ଦରଲାଲ୍ ସାମ୍ବାଦିକମାନଙ୍କୁ କହିଥିଲେ ଯେ, କନ୍ୟା ଘର ତରଫରୁ କୌଣସି ଆପତ୍ତି ନ ଥିଲା। କନ୍ୟାଙ୍କର କେତେକ ଆତ୍ମୀୟ ଲୋକମାନଙ୍କୁ ମାରଧର କରିବାରେ ଲିପ୍ତ ଥିଲେ। ପୋଷାକ କଥାରୁ ବିବାଦ ଆରମ୍ଭ ହୋଇଥିଲା। କେବଳ ମାରଧର ଓ ଟେକାପଥର ଫିଙ୍ଗାଫିଙ୍ଗି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି । ଏହା ପରେ ପରେ ବର ଓ କନ୍ୟା ସେମାନଙ୍କର ଅଳ୍ପ କେତେ ଜଣ ସଂପର୍କୀୟଙ୍କ ସହିତ ଧର୍ ସହର ପଳାଇଥିଲେ। ସେଠାରେ ବାହାଘର କାର୍ଯ୍ୟ ସଂପନ୍ନ ହୋଇଥିଲା।

Powered by Froala Editor