୨ ବର୍ଷ ପରେ ବଦ୍ରିନାଥଙ୍କୁ ଦର୍ଶନ କଲେ ଭକ୍ତ
୨ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ବଦ୍ରିନାଥଙ୍କ ମନ୍ଦିରର ଦ୍ୱାର ଖୋଲାଯାଇଛି । ଆଜି ଗଙ୍ଗା ସପ୍ତମୀ ଅବସରରରେ ସକାଳ ୬ଟା ୧୫ମିନିଟ୍ ରେ ପୂଜାର୍ଚ୍ଚନା ଓ ମନ୍ତ୍ରପାଠ ସହ ମନ୍ଦିରର ଦ୍ୱାର ଖୋଲାଯାଇଛି । ଚଳିତ ବର୍ଷ ଦର୍ଶନ ପାଇଁ ଅନୁମତି ମିଳିଥିବାରୁ ଭକ୍ତଙ୍କ ମନରେ ବେଶ୍ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। ଭକ୍ତମାନେ ମନ୍ଦିର ଖୋଲିବା ନେଇ ବେଶ୍ ଖୁସିର ସହ ମନ୍ଦିର ସମ୍ମୁଖରେ ନାଚଗୀତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଗାମୀ ୬ ମାସ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ମନ୍ଦିର । ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଉତ୍ତରାଖଣ୍ଡ ସରକାର ଯାତ୍ରୀମାନଙ୍କ ରହିବା, ଖାଦ୍ୟ ଏବଂ ପାର୍କିଂ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି। ଭକ୍ତମାନଙ୍କୁ ଆସିବା ପୂର୍ବରୁ ରାଜ୍ୟ ପୋର୍ଟାଲରେ ପଞ୍ଜିକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ସମୟରେ ଚଳିତ ବର୍ଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ବଦ୍ରିନାଥ ଧାମରେ ଦୈନିକ ୧୫ ହଜାର, କେଦାରନାଥରେ ୧୨ ହଜାର, ଗଂଗୋତ୍ରୀରେ ୭ ହଜାର ଓ ଯମୁନୋତ୍ରୀରେ ୪ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବେ ।
Powered by Froala Editor