ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକରେ ଖଲିସ୍ତାନୀ ପତାକା ଟ୍ୱିଟ୍ କରି ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକରେ ଖଲିସ୍ତାନୀ ପତାକା ବନ୍ଧା ଯାଇଛି। ଏହା ସହିତ ପାଚେରୀରେ ଖଲିସ୍ତାନ ସମର୍ଥରେ ସ୍ଲୋଗାନ ଲେଖାଯାଇଛି। ଏ କାର୍ଯ୍ୟ ପଞ୍ଜାବରୁ ଆସିଥିବା କିଛି ପର୍ଯ୍ୟଟକଙ୍କର ହୋଇଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି। ତେବେ ପତାକା ଗୁଡ଼ିକୁ ପୁଲିସ୍ ଖୋଲି ଦେଇଥିବା ବେଳେ ସ୍ଲୋଗାନ ଗୁଡ଼ିକୁ ଲିଭାଇ ଦିଆଯାଇଛି।
ପୁଲିସ ପକ୍ଷରୁ କୁହାଯାଇଛି, ଧର୍ମଶାଳା ସ୍ଥିତ ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଓ ପାଚେରୀରେ ମୋଟ ୬ଟି ଖଲିସ୍ତାନୀ ପତାକା ଲଗାଯାଇଥିଲା । ଏହା ସହିତ ପାଚେରୀରେ ଖଲିସ୍ତାନ ଜିନ୍ଦାବାଦ ଲେଖାଯାଇଥିଲା। ଖଲିସ୍ତାନୀ ପତାକା ଲଗାଇଥିବା ତଥା ସ୍ଲୋଗାନ ଲେଖିଥିବା ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ତା’ସହିତ ବିଧାନସଭାରେ ଲାଗିଥିବା ସିସିଟିଭି ସହିତ ଆଖପାଖରେ ଲାଗିଥିବା ସମସ୍ତ ସିସିଟିଭି ଦୃଶ୍ୟକୁ ଯାଞ୍ଚ କରାଯାଉଛି। ଏହି ଘଟଣା ନେଇ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ବିଧାନସଭା ଫାଟକ ଓ ପାଚେରୀରେ ଖଲିସ୍ତାନୀ ପତାକା ଲଗାଯିବା ଘଟଣାକୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟୀରାମ ଠାକୁର ତୀବ୍ର ନିନ୍ଦା କରିଛନ୍ତି। ଟ୍ୱିଟରରେ ସେ ଲେଖିଛନ୍ତି, ମୁଁ ଏହି ଘଟଣାକୁ ନିନ୍ଦା କରୁଛି। ଖଲିସ୍ତାନୀ ପତକା ଲାଗିବା ଘଟଣାର ତଦନ୍ତ କରାଯିବ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Powered by Froala Editor