ଖରାବେଳେ ଅଧା ଘଣ୍ଟା ଶୋଇପାରିବେ କର୍ମଚାରୀ
ପ୍ରାଇଭେଟ୍ କମ୍ପାନୀ ମାନେ ଖଟଣି ଅଧିକ । ୧୨ରୁ ୧୮ ଘଣ୍ଟା ଖଟିବା ପରେ ବି ବିଶ୍ରାମ ନେବାକୁ କେହି ଦିଅନ୍ତିନି । କିନ୍ତୁ ବେଙ୍ଗାଲୁରୁର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିଛି । ଡ୍ୟୁଟି ସମୟରରେ ଦିନରେ ୩୦ ମିନିଟ୍ ବିଶ୍ରାମ ନେଇପାବେ ବୋଲି କମ୍ପାନୀ ଘୋଷଣା କରିଛି ।
ୱାକେଫିଟ୍ ସଲ୍ୟୁସନ୍ ନାମକ କମ୍ପାନୀ ନିଜ କର୍ମଚାରୀଙ୍କୁ କିଛି ଏମିତି ଖୁସି ଖବର ଦେଇ ମନ କିଣିନେଇଛି । କମ୍ପାନୀ ପକ୍ଷରୁ ‘ଶୋଇବାର ଅଧିକାର’ ସମ୍ପର୍କିତ ଏକ ଛବି ଟ୍ୱିଟରରେ ପୋଷ୍ଟ କରାଯାଇଛି। ସେଥିରେ କର୍ମଚାରୀମାନେ କେତେବେଳେ ଶୋଇବେ ତାର ମଧ୍ୟ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ହୋଇଛି। ସବୁ କର୍ମଚାରିମାନେ ଦିନ ୨ଟାରୁ ୨ଟା ୩୦ପର୍ଯ୍ୟନ୍ତ ଶୋଇପାରିବେ ବୋଲି ଘୋଷଣା କରାଯାଇଛି। ସେହିପରି କର୍ମଚାରୀମାନେ ଚାପମୁକ୍ତ ହୋଇ ବିଶ୍ରାମ ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଭଳି ଘୋଷଣା ଶୁଣି କର୍ମର୍ଚାରୀ ବି ଖୁସି ହୋଇଛନ୍ତି ।
Powered by Froala Editor