ବଜ୍ରପାତରେ ୨ ନାବାଳିକା ମୃତ

ନବରଙ୍ଗପୁର : ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ମଙ୍ଗିଆଗୁଡ ଗାଁ ନିକଟରେ ବଜ୍ରପାତରେ ୨ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି ।
ଟେମରା ଗ୍ରାମର ୪ ଜଣ ନାବାଳିକା ଗାଁ ନିକଟ ମଙ୍ଗିଆଗୁଡା ଗାଁର ଏକ ଜମିରୁ ଶାଗ ତୋଳିବାକୁ ଗୁରୁବାର ସକାଳେ ଯାଇଥିଲେ । ହଠାତ ବଜ୍ରପାତ ସହ ବର୍ଷା ହୋଇଥିଲା । ଶାଗ ତୋଳୁଥିବା ଜମି ନିକଟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ୩ ଜଣ ନାବାଳିକା ଗୁରୁତର ହୋଇ ପଡିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିଲା । ତୁରନ୍ତ ସେମାନଙ୍କୁ କୋଷାଗୁମୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣ ଗୁରୁତର ନାବାଳିକାଙ୍କ ଚିକିତ୍ସା ଜାରି ରହିଛି ।
Powered by Froala Editor