ଆଜି ମହାରାଷ୍ଟ୍ର ଗସ୍ତରେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆଜି ଦିନିକିଆ ମହାରାଷ୍ଟ୍ର ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ ପହଞ୍ଚିବା ପରେ ନାଗପୁରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବେ ରାଷ୍ଟ୍ରପତି କୋବିନ୍ଦ । ଏନେଇ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦନିକିଆ ମହାରାଷ୍ଟ୍ର ଗସ୍ତରେ ଆସିବା ନେଇ ବିବୃତ୍ତିରେ କୁହାଯାଇଛି । ଏଥିସହ ନାଗପୁରର ଦେହେଗାଓଁ ମାଉଜାଠାରେ ଥିବା ଓଓଗ କ୍ୟାମ୍ପସର ଉଦଘାଟନ କରିବା ନେଇ ବିବୃତ୍ତିରେ ଉଲ୍ଲେଖ ରହିଛି । ଏନେଇ ଓଓଗ ନାଗପୁର ପକ୍ଷରୁ ମଧ୍ୟ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି । ଏହି କ୍ୟାମ୍ପସରେ ୬୦୦ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।
Powered by Froala Editor