୫୦ କେଜି ଲେମ୍ବୁ ଚଳୁ କରି ଜେଲ ସୁପରିନଟେଣ୍ଡଣ୍ଟ ନିଲମ୍ବିତ
ଲେମ୍ବୁ କିଣିବା ନାଁରେ କରାଯାଇଛି ଲକ୍ଷାଧିକ ଟଙ୍କା । ଏମିତି ଏକ ଅଭିଯୋଗ ଆସିଥିବା ପରେ ପଞ୍ଜାବର ଜଣେ ଜେଲ ସୁପରିନଟେଣ୍ଡଣ୍ଟ ଗୁରୁନାମ ଲାଲଙ୍କୁ ନିଲମ୍ବିତ କରାଯାଇଛି। ସେ କାପୁରଥାଲା ମର୍ଡନ ଜେଲର ସୁପରିନଟେଣ୍ଡଣ୍ଟ ଭାବେ କାମ କରୁଥିଲେ। ସେ ଜେଲ ରେକର୍ଡରେ କଏଦୀଙ୍କ ପାଇଁ ୫୦ କେଜି ଲେମ୍ବୁ କିଣିଥିବା ଦର୍ଶାଇଛନ୍ତି। ହେଲେ କଏକଦୀମାନେ କୌଣସି ପ୍ରକାରର ଲେମ୍ବୁ ପାଇ ନଥିବା ଅଭିଯୋଗ କରିଛନ୍ତି।
ଗତ ମାସରେ ଲେମ୍ବୁର କେଜି ପିଛା ଦାମ ବିଭିନ୍ନ ସ୍ଥାନରେ ୨୦୦ ଟଙ୍କା ଛୁଇଁଥିଲା। ଏତିକି ବେଳେ ହିଁ ଜେଲ କର୍ତ୍ତୃପକ୍ଷ ଲେମ୍ବୁ କିଣିଥିବା କାଗଜପତ୍ରରେ ଦର୍ଶାଇଛନ୍ତି। ହେରଫେର ଘଟଣା ସାମ୍ନାକୁ ଆସିବା ପରେ ପଞ୍ଜାବ ଜେଲ ବିଭାଗର ମନ୍ତ୍ରୀ ହରଜୋତ ସିଂହ ଜେଲ ସୁପରିନଟେଣ୍ଡେଣ୍ଟଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ଗୁରୁନାମ ଲାଲଙ୍କୁ ନିଲମ୍ବିତ କରାଯାଇଛି।
ଲେମ୍ବୁ ବ୍ୟତୀତ ଅନ୍ୟ ପନି ପରିବା କିଣାରେ ମଧ୍ୟ ହେରଫେର ହୋଇଛି। କଏଦୀଙ୍କୁ ଲେମ୍ବୁ ଓ ଊପଯୁକ୍ତ ଖାଦ୍ୟ ସାମଗ୍ରୀ ମିଳୁ ନଥିବା ଅଭିଯୋଗ ଆସିବା ପରେ ଏଡିଜିପି(ଜେଲ୍) ବୀରେନ୍ଦ୍ର କୁମାର ଜେଲକୁ ଯାଞ୍ଚ କରିବା ପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ପଠାଇଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ କଏଦୀମାନଙ୍କୁ ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ଦିଆଯାଉଛି। ସେହିପରି ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ମଧ୍ୟ ରନ୍ଧା ଯାଉନି। ଏସବୁ ଘଟଣା ପାଇଁ ଗୁରୁନାମ ଲାଲଙ୍କୁ ନିଲମ୍ବିତ କରାଯାଇଛି।
Powered by Froala Editor