କାଚିବ ବର୍ଷା,କେବେ ଜାଣନ୍ତୁ
ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ଦିନ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳଠାରୁ ୨୦୦ରୁ ୩୦୦ କିଲୋମିଟର ଦୂରରେ ରହିଥିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି । ଏହା ପ୍ରଭାବରେ ରାଜ୍ୟରେ ୧୦ ତାରିଖ ଦିନ ବର୍ଷା ହେବ ।କିନ୍ତୁ ବଡ଼ ଧରଣର ବର୍ଷା, ପବନ ସମ୍ଭାବନା କମ୍ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।
ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥି ସହ କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ ଓ ଉତର ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୦ ଓ ୧୧ ତାରିଖରେ ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ।ଏହାର ବର୍ତ୍ତମାନ ସ୍ଥିତି ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଆଖପାଖ ଅଂଚଳରେ ରହିଛି । ଏହା ଧୀରେଧୀରେ ଉତ୍ତାର ପଶ୍ଚିମ ଦିଗରେ ଗତି କରୁଛି । ଏହାର ପ୍ରଭାବ ବିଶେଷ କରି ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଅଂଚଳରେ ଅଧିକ ସକ୍ରିୟ ହୋଇଛି । ଏହାର ଗତି ଉତ୍ତର ପଶ୍ଚିମ ଦିଗକୁ ୧୦ ତାରିଖ ଯାଏ ବଜାୟ ରଖିବ ।
ୱେଲମାର୍କ ଲୋ ପ୍ରେସରଟି ୧୨ଘଣ୍ଟା ପରେ ଡିପ୍ରେସନ ବା ଅପପାତରେ ପରିଣତ ହେବ । ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଂଚଳରେ ଅବପାତରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଅର୍ଥାତ ୮ ତାରିଖ ସନ୍ଧ୍ୟା ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ବା ବାତ୍ୟାର ରୂନ ନେବ ଓ ପରବର୍ତ୍ତୀ ସମୟରେ ଉତ୍ତରପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଅଂଚଳରେ ପହଞ୍ଚିବ । ଯାହାକି ସମୁଦ୍ର ମଧ୍ୟରେ ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି ।
ବର୍ତ୍ତମାନ ସ୍ଥିତି ଅନୁସାରେ ପବନର ବେଗ ୯ ତାରିଖ ଠାରୁ କେନ୍ଦ୍ରୀୟ ବଙ୍ଗେପାସାଗର ଅଂଚଳରେ ୬୫ ରୁ ୭୫ କିଲୋମିଟର, ସର୍ବାଧିକ ୮୫ କିଲୋମିଟର ବେଗରେ ରହିବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ପବନର ବେଗ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଜ୍ଞନୀ ଉମାଶଙ୍କର ଦାଶ କହିଛନ୍ତି । ସମୁଦ୍ର ଉପକୂଳ ଅଂଚଳରେ ପବନର ବେଗ ୯୦ କିଲୋମିଟର ରହିବା ସମ୍ଭବନା ରହିଛି ।
Powered by Froala Editor