କରୋନାରେ ପ୍ରାଣ ହରାଇଥିବା ଲକ୍ଷ୍ ଲକ୍ଷ୍ ଲୋକଙ୍କ ମ୍ୟତୁ୍ୟର ତଥ୍ୟକୁ ଲୁଚାଇଛନ୍ତି ଭାରତ ସରକାର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରାଣ ହରାଇଥିବା ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ମ୍ୟତୁ୍ୟର ତଥ୍ୟକୁ ଭାରତ ସରକାର ଲୁଚାଇଛନ୍ତି । ଏହିସବୁ ମୃତକଙ୍କ ତଥ୍ୟକୁ ଭାରତର କରୋନା ମୃତୁ୍ୟ ହିସାବରେ ଯୋଡାଯାଇ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) କହିଛି । ଗୁରୁବାର ପ୍ରକାଶିତ ହୁ’ର ତଥ୍ୟ ଅନୁଯାୟୀ ଭାରତରେ ୫ଲକ୍ଷରୁ ଅଧିକ ଲୋକ କରୋନା ମହାମାରୀରେ ପ୍ରାଣ ହରାଇଥିବା ସରକାରୀ ହିସାବ ରହିଛି । ଏହି ମୃତୁ୍ୟସଂଖ୍ୟା ପ୍ରାୟ ୫୦ଲକ୍ଷ ବୋଲି ଆକଳନ କରାଯାଇଛି । କରୋନା ମୃତୁ୍ୟସଂଖ୍ୟା ଆକଳନ ପାଇଁ ହୁ’ ପକ୍ଷରୁ ବ୍ୟବହାର କରାଯାଇଥିବା ଗାଣିତିକ ସୂତ୍ର ଆଧାରରେ କରୋନା ମୃତୁ୍ୟସଂଖ୍ୟା ହିସାବ କରାଯାଇଛି ।
ଅନ୍ୟପଟେ ଆଜି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୩,୫୪୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁସଂଖ୍ୟା କମ୍ ରହିଛି । ଦିନକରେ ଦେଶରେ ମାତ୍ର ୨୭ ଜଣ କୋରୋନା ସଂକ୍ରମିତ ଆଖି ବୁଜିଛନ୍ତି ଏବଂ ୩,୫୪୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ସଂକ୍ରମଣ ବଢିବା ସହ ମୋଟ ସକ୍ରିୟ ମାମଲା ୧୯,୬୮୮କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟ ଅନୁଯାୟୀ, ଏଯାବତ୍ ସମୁଦାୟ ୪,୨୫,୫୧,୨୪୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୪,୦୦୨ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ ୧୮୯ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୬,୫୯,୮୪୩ ଡୋଜ୍ ଦିଆଯାଇଛି ।
Powered by Froala Editor