୩୫ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

ପୁରୀ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର । ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ଏହାସହ ୩୫ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୁରୀ ବାସେଳୀ ସାହି ଥାନା ପୋଲିସ ।
ଗିରଫ ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ବସ୍ତିର ଦୁଇଭାଇ ରାଜା ସିଙ୍ଗ ଓ ଚନ୍ଦନ ସିଙ୍ଗ, ମାର୍କଣ୍ଡେଶ୍ବର ସାହି ହରିଜନ ବସ୍ତିର ଗୁଡୁ ନାୟକ ଏବଂ ଯାଜପୁର ସପନପୁର ଗାଁର ଅମୂଲ୍ୟ କୁମାର ସ୍ବାଇଁ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୨୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।ଏହାସହ ନଗଦ ୨୧୦୦ ଟଙ୍କା, ଚାରୋଟି ମୋବାଇଲ , ଗୋଟିଏ ଟାଟା ଇଣ୍ଡିଗୋ କାର ସହ ତିନୋଟି ଦୁଇଚକିଆ ଯାନ ପୋଲିସ ଜବତ କରିଛି ।
ସୂଚନା ଅନୁସାରେ, ଏହି ଅଭିଯୁକ୍ତ ମାନେ ମଙ୍ଗଳାଘାଟ ପାଖରେ ଥିବା କଲ୍ୟାଣ ମଣ୍ଡପ ନିକଟ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରୋଡରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିଲେ । ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଚଢ଼ାଉ କରିବା ସହ ଏମାନଙ୍କୁ ଗିରଫ କରିଥିଲା ।
Powered by Froala Editor