ଶ୍ରେଣୀଗୃହରେ ପୁଷ୍ପା ନାଚ ଭିଡିଓ ଭାଇରାଲ, ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ

ବ୍ରହ୍ମପୁର: ‘ପୁଷ୍ପା : ଦ ରାଇଜ’ ସିନେମାର କ୍ରେଜ ସାରା ଦେଶରେ ବଢ଼ିବାରେ ଲାଗିଛି । ଇନଷ୍ଟାଗ୍ରାମ ହେଉକି ସର୍ଟ ଭିଡ଼ିଓରେ ପୁଷ୍କାର ଡାଇଲଗ ଓ ଗୀତ ଭାଇରାଲ ହୋଇଛି । ଏମିତିକି କିଛି ଚୋରମାନେ ଏବେ ପୁଷ୍ପା ଷ୍ଟାଇଲରେ ଚୋର କାରବାର କରୁଥିବା ବି ଦେଖିବାକୁ ମିଳୁଛି । ଏସବୁ ଚର୍ଚ୍ଚା ଭିତରେ ନିକଟରେ ପରୀକ୍ଷା ଖାତରେ ଜଣେ ଦଶମ ଶ୍ରେଣୀ ଛାତ୍ର ‘ପୁଷ୍ପା, ପୁଷ୍ପାରାଜ, ଆପୁନ ଲିଖେଗା ନାହିଁ’ ଲେଖିଥିଲା, ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।
ତେବେ ପୁଣି ସ୍କୁଲର ଶ୍ରେଣୀଗୃହରେ ପିଲାମାନେ ଫିଲ୍ମ ଗୀତ ଲାଗାଇ ନାଚୁଥିବା ଭିଡିଓ ଭାଇରାଲ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଶେରଗଡ ବରମୁଣ୍ଡା ଅପଗ୍ରେଡ୍ ହାଇସ୍କୁଲରେ । ଏହି ଭିଡିଓ ଭାଇରାଲ ହେବା ପରେ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯାଇ ଦାୟିତ୍ୱରେ ଅବହେଳା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପାଢୀଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor