ପୂର୍ବତନ ସରପଞ୍ଚଙ୍କୁ ହତ୍ୟା
ଅନୁଗୁଳ: ପୂର୍ବତନ ସରପଞ୍ଚଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଅନୁଗୁଳ: ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରେ। ମୃତକ ହେଲେ ବଳରାମପ୍ରସାଦ ଗାଁର ଶିବରାମ ସାହୁ।
ଆଜି ସକାଳେ ଶିବରାମ ଘର ବାହାରକୁ ପୂଜା କରିବାକୁ ଆସିଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଆସି ଧାରୁଆ ଅସ୍ତ୍ରରେ ତାଙ୍କୁ ପଛରୁ ଆକ୍ରମଣ କରିଥିଲା।ତାଙ୍କ ବେକ ପାଖରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ବଳରାମପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ ଶିବରାମ। ଏଥର ସେ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା କରି ପରାଜିତ ହୋଇଥିଲେ। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Powered by Froala Editor