କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ପିସିସି ସଭାପତି ଚୟନ ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । କଂଗ୍ରେସର ସମସ୍ତ ବିଧାୟକଙ୍କୁ ଦିଲ୍ଲୀରୁ ଡକରା ଆସିଥିବା ଜଣାଯାଇଛି । ଆସନ୍ତା ୫ ତାରିଖରେ ସମସ୍ତଙ୍କୁ ଦିଲ୍ଲୀରେ ପହଞ୍ଚିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
ରାହୁଲ ଗାନ୍ଧି ସମସ୍ତ ବିଧାୟକଙ୍କୁ ଭେଟି ପିସିସି ସଭାପତି ଚୟନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ବିଧାୟକଙ୍କୁ ଦିଲ୍ଲୀ ଡାକରା ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି ।
ଜଣେ ବିଧାୟକଙ୍କୁ ପିସିସି ସଭାପତି କରିବାକୁ ବେଶ୍ କିଛି ଦିନ ହୋଇଗଲାଣି ତାରା ପ୍ରସାଦ ବାହିନୀପତି ଦାବି କରି ଆସୁଥିବା ବେଳେ ଦଳୀୟ ପଦରୁ ତାଙ୍କ ଇସ୍ତଫା ଖବରକୁ ନେଇ ଜୋର ଚର୍ଚ୍ଚା ଧରିଛି।
ଅନ୍ୟପକ୍ଷରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଚେଲା କୁମାର କହିଛନ୍ତି ଯେ ପିସିସି ସଭାପତିଙ୍କ ସହିତ ଏଥିରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ସେ କହିଛନ୍ତି, ଏନେଇ ଦଳର ନେତା ଓ କର୍ମୀଙ୍କ ସହିତ ଆଲୋଚନା କରାଯାଇଛି। ରିପୋର୍ଟ ପ୍ରଦାନ କରାଯିବା ପରେ ହାଇକମାଣ୍ଡ ଏନେଇ ନିଷ୍ପତ୍ତି ନେବେ ।
Powered by Froala Editor