ଦେଶରେ କରୋନା ନେଲା ୩୯୮୦ ଜୀବନ

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସହ ତାଳ ଦେଇ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଦିନକରେ ୩୯୮୦ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।
ଦେଶରେ କରୋନାର ଦୈନିକ ସଂକ୍ରମଣ କିଛି ଦିନ ହେଲା ଲଗାତାର ସାଢେ ୩ଲକ୍ଷ ଚିହ୍ନଟ ହେଉଥିବା ବେଳେ ଆଜି ୪ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୪,୧୨, ୨୬୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ, ଆଜି ଦିନକରେ ଦେଶରେ ୩୯୮୦ ଜଣଙ୍କ ମୁଣ୍ଡ ନେଇଛି ମହାମାରି କରୋନା । ସେହିପରି ୨୪ ଘଂଟାରେ ୩ଲକ୍ଷ ୨୯,୧୧୩ ଜଣ ସୁସ୍ଥ ହୋଇ ଘରକୁ ଫୋରିଛନ୍ତି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ଛୁଇଁଛି ।
ସେମାନଙ୍କ ମଧ୍ୟରୁ ୧କୋଟି ୭୨ ଲକ୍ଷ ୮୦ ହଜାର ୮୪୪ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୨୩ଲକ୍ଷ ୧ ହଜାର ୬୮ ଜଣଙ୍କ ଜୀବନ ନେଇଛି ମହାମାରୀ ଭୁତାଣୁ । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ୬୬ ହଜାର ୩୯୮ ରହିଛି ।
Powered by Froala Editor