ପାରାଦୀପରେ ମାଛ ମଡକ : ପାଣିରେ ମରି ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ
ପାରାଦୀପ: ପାରାଦୀପ ବାଲିଝର କ୍ରିକରେ ମାଛ ମଡକ ପଡିଛି । କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ମରି ପାଣିରେ ଭାସୁଛନ୍ତି । ମରି ଭାସୁଥିବା ମାଛକୁ ଲୋକମାନେ ଘରକୁ ବୋହି ନେଉଛନ୍ତି । କାହିଁକି ମାଛମାନେ ମରିଯାଉଛନ୍ତି, ତା’ର କାରଣ ବର୍ତ୍ତମାନ ଯାଏ ସ୍ପଷ୍ଟ ଜଣାପଡିନାହିଁ ।
ରୋହି , ଭାକୁର ଭଳି ଅନେକ ମାଛ ମାରି ପାଣିରେ ଭାସୁଛନ୍ତି । ସେଠାରେ ପାରାଦୀପ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କମିଟିର ଅଧିକାରୀ ପହଞ୍ଚିଛନ୍ତି । ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଉଛି । ଗତ ଦୁଇ ତିନି ଦିନ ଧରି ମାଛ ମରି ପାଣିରେ ଭାସୁଥିଲେ । ତେବେ ଆଜି ସକାଳୁ ଅଧିକ ପରିମାଣର ମାଛ ମରି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା ।
ସୂଚନାଥାଉକି ଏଭଳି ମାଛ ମଡକ ପାରାଦୀପରେ ନୂଆ ନୁହେଁ । ଅତୀତରେ ମଧ୍ୟ ବହୁବାର ଏମିତି ଦେଖିବାକୁ ମିଳିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବା ଅନୁସାରେ ଯେହେତୁ ଅତ୍ୟଧିକ ପରିମାଣରେ ଖରା ହେଉଛି । ଖରା ଯୋଗୁଁ ପାଣିରେ ଅମ୍ଳଜାନ ସ୍ତର କମିଯାଏ । ତେଣୁ ମାଛ ମାନଙ୍କ ଶ୍ୱାସକ୍ରିୟାରେ ବାଧା ଉପୁଜେ । ସେଥିପାଇଁ ମାଛମାନେ ମରିଯାଇଥାନ୍ତି । ତେବେ ଏଥର କ’ଣ ହୋଇଛି ତାହା ଜଳ ନମୁନାର ରିପୋର୍ଟ ଆସିଲେ ଜଣା ପଡିବ । ଅନ୍ୟପଟେ କେହି ପାଣିରେ ବିଷ ମାରିଦେଇଥିବା, ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
Powered by Froala Editor