ଚାଷୀଙ୍କୁ ରାଜ୍ୟ ସରକାର ବଡ ଭେଟି : ମିଳିବ ୨ ହଜାର ଟଙ୍କା

ଭୁବନେଶ୍ୱର: କାଳିଆ ହିତଧିକାରୀଙ୍କ ପାଇଁ ଖୁସି ଖବର । ଗତବର୍ଷ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ସରକାର ଚାଷୀଙ୍କୁ କାଳିଆ ଟଙ୍କା ଦେଇଥିଲେ । ତେବେ ଏବର୍ଷ ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ରାଜ୍ୟ ସରକାର ବଡ ଭେଟି ଦେବେ । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
୨୦୧୮ରୁ ଚାଷୀଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୩ ଲକ୍ଷରୁ କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ ସିଧାସଳଖ ଉପକୃତ ହୋଇଛନ୍ତି ।
Powered by Froala Editor