କାଳବୈଶାଖୀ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ତାତିରୁ ମିଳିଲା ତ୍ରାହି। ସାମାନ୍ୟ ଖସିଲା ପାରଦ। ବଦଳିଲା ପାଗର ମିଜାଜ୍। ରାଜ୍ୟର ବିଭିନ୍ନ ଜିଲ୍ଲା ସହ ରାଜଧାନୀରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।
ସେ ପଟେ ମେ’ରେ ବାତ୍ୟା ଡରାଇଲାଣି । ୪ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସହ ୬ ରେ ଅବପାତ ଓ ୭ରେ ଅଧିକ ଘନିଭୂତ ହୋଇ ବାତ୍ୟା ରୂପ ନେବ । ତେବେ ଏହାର ଗତିପଥ ଏବଂ ଶକ୍ତିକୁ ନେଇ କିଛି ସ୍ପଷ୍ଟ କରିନାହିଁ ଆଇଏମଡି । ତେବେ ଏହା ଉତ୍ତର ଆନ୍ଧ୍ର କିମ୍ବା ଓଡ଼ିଶାର କୌଣସି ସ୍ଥାନରେ ସ୍ଥଳ ଭାଗ ଛୁଇଁପାରେ ବୋଲି ଆକଳନ କରିଛନ୍ତି ସୋଆ ସେଣ୍ଟର ଫର ଏନଭରନମେଣ୍ଟ ଆଣ୍ଡ କ୍ଲାଇମେଟ୍ ବିଭାଗ ମୁଖ୍ୟ ।
କାଳବୈଶାଖୀ ପାଇଁ ଗ୍ରୀଷ୍ମ ପ୍ରବାହରୁ ରାଜ୍ୟ ବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ତଥାପି ରବିବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବରେ ବଲାଙ୍ଗୀରର ତାପମାତ୍ରା ୪୪.୯ ଡିଗ୍ରୀ ରହିଥିଲା । ସେହିପରି ସୁନ୍ଦରଗଡର ତାପମାତ୍ରା ୪୪.୦ ଡିଗ୍ରୀ, ଟିଟିଲାଗଡ ୪୩.୫ ଡିଗ୍ରୀ, ଭବାନୀପଟଣା ଓ ସୋନପୁରର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଥିଲା । କିନ୍ତୁ ଭୁବନେଶ୍ୱରର ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକର ତାପମାତ୍ରା ୩୪.୨ ରେକର୍ଡ ହୋଇଥିଲା
Powered by Froala Editor